ପଥରଗାଡ଼ିଆରେ ବୋମାମାଡ଼: ଦୁଇ ଗୋଷ୍ଠୀ ମୁହାଁମୁହିଁ, ଜଣେ ଆହତ

Bomb Attack

ଭୁବନେଶ୍ବର: ବୋମାମାଡ଼ରେ ଥରିଲା ପଥରଗାଡ଼ିଆ । ଭୁବନେଶ୍ବର ଉପକଣ୍ଠରେ ବୋମାମାଡ । ଦୁଇ ଗୋଷ୍ଠୀ ମଧ୍ୟରେ ଖଣ୍ଡଯୁଦ୍ଧ । ଦୁର୍ବୃତଙ୍କ ଆକ୍ରମଣରେ ଜଣେ ଆହାତ । ଅଫୁଟା ବୋମା ଛାଡ଼ି ଛୁ ମାରିଲେ ଦୁର୍ବୃତ୍ତ । ଏହାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁରେ ବୋମା ଫିଙ୍ଗି ଆତଙ୍କ ଖେଳାଇଛନ୍ତି ୧୫ରୁ ଅଧିକ ଦୁର୍ବୃତ୍ତ । ଏହାକୁ ନେଇ ଗାଁ ଲୋକେ ପାଲଟା ଆକ୍ରମଣ କରିବାରୁ ରାତିରେ ଘଟିଛି ଗୋଷ୍ଠୀ ସଙ୍ଘର୍ଷ । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି । ଜୋନାଲ ଏସପିଙ୍କ ସହ ଦୁଇ ଥାନାଧିକାରୀ ରଖିଛନ୍ତି ନଜର । ପୂର୍ବରୁ ଭସାଣିକୁ କେଦ୍ର କରି ଗାଁରେ ଦେଖିବାକୁ ମିଳିଥିଲା ଗୋଷ୍ଠି ସଂଘର୍ଷ । ଏକାଧୀକ ଲୋକ ମଧ୍ୟ ଗିରଫ ହୋଇଥିଲେ । 

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଭସାଣିକୁ କେନ୍ଦ୍ର କରି ମଧ୍ୟ ପଥରଗାଡ଼ିଆ ଗାଁରେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଥିଲା । ସେହି ଘଟଣାରେ ଏକାଧିକ ଲୋକ ଗିରଫ ହୋଇଥିଲେ । ଏବେ ପୁଣି ବୋମାମାଡ଼ ଓ ଗୋଷ୍ଠୀ ସଂଘର୍ଷ ଘଟଣାକୁ ନେଇ ଅଞ୍ଚଳରେ ଆତଙ୍କ ଓ ଉତ୍ତେଜନାର ପରିବେଶ ସୃଷ୍ଟି ହୋଇଛି। ତେବେ ଘଟଣାର ପ୍ରକୃତ କାରଣ ଏବଂ ଏଥିରେ ସମ୍ପୃକ୍ତ ଲୋକଙ୍କ ସମ୍ପର୍କରେ ପୋଲିସ ପକ୍ଷରୁ ତଦନ୍ତ କରାଯାଉଛି ।

Share