୨୫ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ୧୭୦ କୋଟିର ଡାଟା ସେଣ୍ଟର କରିବେ ଉଦ୍‌ଘାଟନ

Pm modi

ଭୁବନେଶ୍ବର: ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ । ୨୫ ତାରିଖରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜଟଣୀରେ ୧୭୦ କୋଟି ବ୍ୟୟରେ ନିର୍ମିତ ଆରବିଆଇ ଡାଟା ସେଣ୍ଟର ଉଦଘାଟନ କରିବେ । ୨୫ ତାରିଖ ଦିନ ଅପରାହ୍ନ ସାଢ଼େ ୪ ଟାରେ ଭୁବନେଶ୍ୱର ବିମାନବନ୍ଦରରେ ମୋଦି ପହଞ୍ଚିବେ ଯ ଜଟଣୀରେ ଡାଟା ସେଣ୍ଟର ଉଦଘାଟନ କରିବା ପରେ ସନ୍ଧ୍ୟା ସାଢ଼େ ୬ ଟାରେ ଫେରିବେ ।

ସମସ୍ତ ଭାରତୀୟଙ୍କ ତଥ୍ୟ କିଭଳି ସୁରକ୍ଷିତ ରହିବ ସେଥିପାଇଁ ଜଟଣୀରେ ଦେଶର ଦ୍ଵିତୀୟ ଡାଟା ସେଣ୍ଟର ନିର୍ମାଣ ହୋଇଛି । ପ୍ରଧାନମନ୍ତ୍ରୀ ମୋଦି ନିଜେ ଏହି ପ୍ରକଳ୍ପ ପାଇଁ ଓଡ଼ିଶାକୁ ବାଛିଥିଲେ । ଓଡ଼ିଶାର ଡିଜିଟାଲ ବିକାଶକୁ ଆଗକୁ ନେବ। ଡିଜିଟାଲ କ୍ଷେତ୍ରରେ ଓଡ଼ିଶାର ଛବି ବଦଳାଇବାରେ ସହାୟକ ହେବ। ପ୍ରଥମେ ସେମି କଣ୍ଡକ୍ଟର ପ୍ରକଳ୍ପ ପରେ ଏବେ ଆରବିଆଇ ଡାଟା ସେଣ୍ଟର ଓଡ଼ିଶା ପ୍ରତି ମୋଦିଙ୍କ ପ୍ରତିବଦ୍ଧତା ଦର୍ଶାଉଛି ବୋଲି ବିଜେପି କହିଛି ।

Share