ସ୍କୁଲରେ ଜଣେ ଛାତ୍ରର ଛୁରାମାଡ଼ରେ ଅନ୍ୟ ଜଣେ ଆହତ

7

ବାଲେଶ୍ଵର : ବାଲେଶ୍ଵରର ଏକ ପବ୍ଲିକ ହାଇସ୍କୁଲରେ ଘଟିଛି ଅଭାବନୀୟ ଘଟଣା ।  ସ୍କୁଲ ଭିତରେ ଜଣେ ଛାତ୍ରର ଛୁରା ମାଡ଼ରେ ଆଉ ଜଣେ ଛାତ୍ର ଗୁରୁତର ଆହତ ହୋଇଛନ୍ତି ।   ତାଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଉଭୟ ଦଶମ ଶ୍ରେଣୀର ଛାତ୍ର । ଦୁଇ ଛାତ୍ର ମଧ୍ୟରେ ଆଜି ସାମାନ୍ୟ ବଚସାରୁ ସ୍କୁଲ ପରିସରରେ ଛୁରା ମାଡ଼ ହୋଇଥିବା ଜଣାପଡ଼ିଛି ।

ତେବେ ସ୍କୁଲ ପଡ଼ିଆ ମଧ୍ୟରେ ଜ୍ୟାମିତି ବାକ୍ସରେ  ଥିବା ଛୁରା ରେ ଆକ୍ରମଣ କରିଥିବା ଜଣାପଡ଼ିଛି । ଆକ୍ରମଣ କରିଥିବା ଉଭୟ ଛାତ୍ରକୁ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଅଫିସ  ରୁମ୍ କୁ ଡାକି ପଚରା ଉଚୁରା କରୁଛନ୍ତି । ଗୁରୁତର ଛାତ୍ରଙ୍କ ବେକ ପଛପଟେ ୫ ଟି ଷ୍ଟିଚ୍ ପଡ଼ିଥିବା ବେଳେ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।  ଘଟଣାକୁ ନେଇ ସ୍କୁଲ ପରିସରରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଦୋଷୀ ଛାତ୍ରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।

Share