ମୟୁରଭଞ୍ଜ: ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆକ୍ସନ । ଚାକିରିରୁ ନିଲମ୍ବିତ ହେଲେ ପତ୍ନୀ ବିଦ୍ୟା ଭାରତୀ ପଣ୍ଡା । ନିଲମ୍ବନ କଲେ ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା କେନ୍ଦ୍ର ନିର୍ଦେଶକ । ପାରଳାଖେମୁଣ୍ଡି ଆଇଆଇସି ଏବଂ ଏସଡିଜେଏମ କୋର୍ଟଙ୍କ ଚିଠି ଆଧାରରେ ନିଲମ୍ବିତ ହୋଇଛନ୍ତି ।
କପ୍ତିପଦା ବ୍ଲକ ଶାଳଚୁଆଁ ଠାରେ ପଶୁ ସମ୍ପଦ ନୀରିକ୍ଷକ ଭାବେ କାର୍ଯ୍ୟରତ ଥିଲେ । ବହୁ ଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣାରେ ପତ୍ନୀ ବିଦ୍ୟା ଭାରତୀ ପଣ୍ଡା ଙ୍କ ଉପରେ ବିଭାଗୀୟ ଆକ୍ସନ ନିଆଯାଇଛି । ଗତ ୨ ତାରିଖରେ ପାରଳାଖେମୁଣ୍ଡି ଏସଡିଜେଏମ କୋର୍ଟରେ ଆତ୍ମସମର୍ପଣ ପରେ ବିଚାର ବିଭାଗୀୟ ହାଜତରେ ଅଛନ୍ତି ବିଦ୍ୟା ଭାରତୀ ।
