ଭୁବନେଶ୍ୱର : ଟେଲି ଫିଲ୍ମ ନାଁରେ ଠକେଇ। ବନ୍ଧା ହେଲେ ପ୍ରବଚକ (ଚକୁଳିଆ ପଣ୍ଡା) । ଜଗତସିଂହପୁର ସ୍ଥିତ ସମାଗୋଳ କୁଜଙ୍ଗ ଗାଁରୁ ଶରଣାବିନ୍ଦ ଓଝାଙ୍କୁ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ । ଟେଲି ଫିଲ୍ମ କରିବା ନାଁରେ ଜଣେ ଡାକ୍ତରଙ୍କ ଠାରୁ ୧୧ଲକ୍ଷ ଟଙ୍କା ଚୁନା ଲଗାଇଥିଲେ । ବାୟା ବାବାଙ୍କ ଉପରେ ଡକ୍ୟୁମେଣ୍ଟାରି ଫିଲ୍ମ କରିବା ଆଳରେ ଟଙ୍କା ନେଇ ଆଉ ଧରାଛୁଆଁ ଦେଉନଥିଲେ । ଏନେଇ କ୍ୟାପିଟାଲ ଥାନାର ଦ୍ବାରସ୍ଥ ହୋଇଥିଲେ ଡାକ୍ତର ସାଗରିକା ଦାସ । ତଦନ୍ତ କରି ଜଗତସିଂହପୁରର ଅଭିଯୁକ୍ତକୁ ଧରିଛି ପୋଲିସ ।
