ଅନ୍ତେବାସୀଙ୍କୁ ଜେଲରଙ୍କ ମାଡ଼: ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ଜନ ଶୁଣାଣିରେ ଅଭିଯୋଗ

୧୨

ଆଳି : ଜେଲ ଫେରନ୍ତା ଅନ୍ତେବାସୀଙ୍କୁ ଜେଲରଙ୍କ ମାଡ଼ ଅଭିଯୋଗ  ।  ଏନେଇ ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ଜନ ଶୁଣାଣି ଅଭିଯୋଗ ଶିବିରରେ ଅଭିଯୋଗ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଲୋକାପଡ଼ା ଗାଁର ଚିନ୍ମୟ ସିଂ।  ଅଭିଯୋଗ ମୁତାବକ ଚିନ୍ମୟ ନିଜ ପାଖ ଅଞ୍ଚଳର ଲୋକଙ୍କ ସମସ୍ୟାକୁ ନେଇ ବିଡିଓଙ୍କୁ ଭେଟିଥିଲେ । ଏହା ପରେ ଆକ୍ରୋଶମୂଳକ ଭାବେ ଲିଖିତ ଅଭିଯୋଗ ଆଧାରରେ ତାଙ୍କୁ ପୋଲିସ ଜେଲ ପଠାଇଥିଲା।

ପରବର୍ତ୍ତୀ ସମୟରେ ସେ ଜେଲ ଭିତରେ ଅବକାରୀ ଦ୍ରବ୍ୟ ବିକ୍ରି ହେଉଥିବା ଦେଖିବାକୁ ପାଇଥିଲେ । ଜେଲ ଭିତରକୁ ଅବକାରୀ ଦ୍ରବ୍ୟ କିପରି ଆସିଲା ପ୍ରତିବାଦ କରିବାରୁ ଜେଲ ଅଧୀକ୍ଷକ ଚିନ୍ମୟକୁ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ।  ଏଭଳି ସମ୍ବେଦନଶୀଳ ଘଟଣା କୁ ନେଇ ତଦନ୍ତ କରାଯିବ ବୋଲି କହିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର ଆୟାର ।

Share