ପୁରୀ : ପୁରୀ ସଦରଥାନା ବାଲିପୁଟ ପଞ୍ଚାୟତ ମାର୍କଣ୍ଡପୁରରେ ବୋମାମାଡ। ଜମିବାଡ଼ି ବିବାଦକୁ କେନ୍ଦ୍ରକରି ବୋମାମାଡ । ବୋମାମାଡରେ ୫ ଗୁରୁତର ଆହତ। ଚିକିତ୍ସା ପାଇଁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ରହିଛନ୍ତି ପୁରୁଷ ଓ ମହିଳା । ଦୁଇଟି ବୋମାମାଡ ହୋଇଥିବା ଜଣାପଡିଛି । ସଦର ଥାନା ପୋଲିସର ତଦନ୍ତ ଜାରି ରହିଥିବା ବେଳେ ଗୁରୁତର ଆହତ ହୋଇଥିବାବ୍ୟକ୍ତି ହେଲେ ଅକ୍ଷୟ କୁମାର ପ୍ରଧାନ, କବିତା ସ୍ବାଇଁ, ଚନ୍ଦନ କୁଣ୍ଡଳ ।
ଅନ୍ୟ ଦୁଇଜଣଙ୍କ ପରିଚୟ ମିଳିପାରିନାହିଁ। ତେବେ ଜମିବାଡ଼ି ବିବାଦକୁ ନେଇ ବୋମାମାଡ ହୋଇଥିବା ଜଣାପଡିଛି । ତେବେ ଏ ନେଇ ପୁଲିସ ର ପ୍ରତିକ୍ରିୟା ମିଳିପାରନାହିଁ । ଅଭିଯୋଗ ଅନୁଯାୟୀ କୋଠ ଜମି ରେ ଜଣେ ବ୍ୟକ୍ତି ଘର କରୁଥିବା କୁ ନେଇ ବିବାଦ ଉପୁଜିଥିଲା । ପରେ ବଚସା ଓ ବଚସା ରୁ ବୋମା ମାଡ ପର୍ଯ୍ୟନ୍ତ କଥା ଯାଇଥିଲା ।
