ଗଡ଼ିସାଗୋଦା ଥାନା ଆଇଆଇସିଙ୍କୁ ମରଣାନ୍ତକ ଆକ୍ରମଣ

12

ପୁରୀ: ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ତଦନ୍ତ ପାଇଁ ଗାଁକୁ ଯାଇଥିବା ବେଳେ ପୁଲିସ୍‌ ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି ଥାନା ଆଇଆଇସି। ତାଙ୍କ ମୁଣ୍ଡ ଫାଟିଯାଇଥିବା ବେଳେ ଚିକିତ୍ସା ପାଇଁ କଣାସ ମେଡିକାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଗଡ଼ିସାଗୋଦା ଥାନା ଆଇଆଇସି ଦିଲୀପ ଧଳ ଏକ ଘଟଣାର ତଦନ୍ତ ପାଇଁ ବଡ଼ଓରା ଗାଁକୁ ଯାଇଥିଲେ।  ସେଠାରେ ଥିବା ସମୟରେ ତାଙ୍କ ଉପରେ ହଠାତ୍ ଆକ୍ରମଣ ହୋଇଥିଲା। ଆକ୍ରମଣରେ ଆଇଆଇସି ଦିଲୀପ ଧଳଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି।ଘଟଣା ପରେ ତାଙ୍କୁ ତୁରନ୍ତ କଣାସ ମେଡିକାଲକୁ ନିଆଯାଇ ଭର୍ତ୍ତି କରାଯାଇଛି। ତେବେ କେଉଁ କାରଣରୁ ତାଙ୍କ ଉପରେ ଏଭଳି ଆକ୍ରମଣ ହେଲା, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।

Share