୧୦୦ ଡଲାର ପାର୍ କଲା ଅଶୋଧିତ ତୈଳ ଦର

ନୂଆଦିଲ୍ଲୀ: ବିଶ୍ୱରେ ଯୁଦ୍ଧର ନିଆଁ ।  ଆକାଶଛୁଆଁ ଅଶୋଧିତ ତୈଳ ଦର । ୧୦୦ ଡଲାର ପାର୍ କଲା ଦର । ଇରାନ ସହ ଆମେରିକା ଓ ଇସ୍ରାଏଲ୍ ର ଯୁଦ୍ଧ ଯୋଗୁଁ ବିଶ୍ୱ ବଜାରରେ Crude Oil ଦରରେ ପ୍ରବଳ…

ମଧ୍ୟପ୍ରାଚ୍ୟ ମହାଯୁଦ୍ଧ, ତୈଳ ଭଣ୍ଡାରଗୁଡ଼ିକକୁ ଟାର୍ଗେଟ କରିଛନ୍ତି ଉଭୟ ଦେଶ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଭୟଙ୍କର ହେଉଛି ମହାଯୁଦ୍ଧ । ଗତକାଲି ଉଭୟ ଦେଶ ତୈଳ ଭଣ୍ଡାରଗୁଡ଼ିକକୁ ଟାର୍ଗେଟ କରିଛନ୍ତି ।  ଇସ୍ରାଏଲର ଆକ୍ରମଣର ଜବାବରେ ଇରାନ ଶକ୍ତିଶାଳୀ ‘ଫତହ-୨’ହାଇପର୍ ସୋନିକ୍ ମିସାଇଲରେ ଆଟାକ କରିଛି ।  ଇରାନୀ କ୍ଷେପଣାସ୍ତ୍ର ଇସ୍ରାଏଲର ଅଭେଦ୍ୟ ସୁରକ୍ଷା ବଳୟ…

ଟ୍ରକ ସହ ପିଟି ହେଲା ବାଇକ, ବାପ-ପୁଅ ମୃତ

ବାଂଶପାଳ:  କେନ୍ଦୁଝର ଜିଲ୍ଲା ସଦର ଥାନା ଶୁଆକାଟି ଫାଣ୍ଡି ତେନ୍ତୁଳିଠାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି | ଟ୍ରକକୁ ବାଇକ ଧକ୍କା ଦେଇଥିବାବେଳେ ଘଟଣାସ୍ଥଳରେ ବାପ ଓ ୩ ବର୍ଷର ଶିଶୁ ପୁତ୍ରଙ୍କର ମୃତ୍ୟୁ ହୋଇଯାଇଛି | ଏହି ଦୁର୍ଘଟଣାରେ ସ୍ତ୍ରୀ ଗୁରୁତର…

ପୋଖରୀରେ ବୁଡ଼ି ଦୁଇ ନାବାଳିକା ମୃତ

ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଖୁଟବାଇ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସାନ ଦାମାପାଳା ଗ୍ରାମ ପୋଖରୀରେ ବୁଡ଼ି ଦୁଇ ଶିଶୁଙ୍କର ମୃତ୍ୟୁ ହୋଇଯାଇଛି | ମୁତ ଶିଶୁ ଦୁଇ ଜଣ ସମ୍ପର୍କୀୟ ଭଉଣୀ | ସୂଚନା ଅନୁଯାୟୀ ଦାମାପାଳା ଗ୍ରାମର ମାନସୀ ହରିଜନ…

ହୃଦଘାତରେ ବରିଷ୍ଠ ସାମ୍ବାଦିକ ଆଶୁତୋଷ ମିଶ୍ରଙ୍କ ପରଲୋକ

ଭୁବନେଶ୍ଵର: ବରିଷ୍ଠ ସାମ୍ବାଦିକଙ୍କ ପରଲୋକ। ହୃଦଘାତରେ ବରିଷ୍ଠ ସାମ୍ବାଦିକ ଆଶୁତୋଷ ମିଶ୍ରଙ୍କର ପରଲୋକ ଘଟିଛି। ଆଶୁତୋଷ ମିଶ୍ରଙ୍କ ଦେହାନ୍ତରେ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଶୋକବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରି କହିଛନ୍ତି ତାଙ୍କର ବିୟୋଗ…

ହାତୀ ଆକ୍ରମଣରେ ଚାଷୀ ମୃତ

ରେଙ୍ଗାଲି କ୍ୟାମ୍ପ : ବରଗଡ ଜିଲା ଅତାବିରା ଥାନା ଅନ୍ଧାରିପାଲି ଗାଁରେ ହାତୀ ଆତଙ୍କ। ହାତୀ ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଛି। ମୃତକ ବେଣୁଧର ଛୁରିଆ (୫୫)ବୋଲି ଜଣାପଡିଛି। ଆଜି ଭୋର ସମୟରେ ବେଣୁଧର ନିଜ ଚାଷ ଜମିକୁ ଦେଖିବାକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ବଢିଲା ଖାଇବା ତେଲ ଦର

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ ରୋଷେଇ ଘରେ ପଡ଼ିବା ଆରମ୍ଭ ହୋଇଛି । ବଜାରରେ ଖାଇବା ତେଲ ଦର ବୃଦ୍ଧି ହୋଇଛି। କିଛିଦିନ ତଳେ ରିଫାଇନ୍ ତେଲ ଲିଟର ୧୬୦ଟଙ୍କାରେ ବିକ୍ରି ହେଉଥିବାବେଳେ ଦୁଇଦିନ ହେଲା ଲିଟର ପିଛା ୧୭୦ଟଙ୍କାରେ ବିକ୍ରି…

୨ ବର୍ଷରେ ୭୧୧ କୋଟି ଟଙ୍କାର ସାଇବର ଠକେଇ, ଫେରିଛି ମାତ୍ର ୭ କୋଟି

ଭୁବନେଶ୍ୱର : ଦୁଇ ବର୍ଷରେ ୭୧୧ କୋଟି ଟଙ୍କା ଲୁଟି ନେଲେଣି ସାଇବର ଠକ, କିନ୍ତୁ ଫେରିଛି ମାତ୍ର ୭ କୋଟି ଟଙ୍କା l ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ l ଅନଲାଇନରେ ଲେଣଦେଣ କରୁଛନ୍ତି କି ହୋଇ…

ରାଜ୍ୟର ୩ କୋର୍ଟକୁ ବୋମା ଧମକ

ଭୁବନେଶ୍ବର: ପୁରୀ,ବରଗଡ଼ ପରେ କଳାହାଣ୍ଡି ଜିଲା କୋର୍ଟକୁ ବୋମା ଧମକ ମିଳିଛି। ଜିଲା ଦୌରା ଓ ଜର୍ଜଙ୍କ ଇମେଲକୁ ଏହି ଧମକପୂର୍ଣ୍ଣ ମେଲ୍ ଆସିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ପୁଲିସ୍‌ କୋର୍ଟରେ ପହଞ୍ଚି ତଦନ୍ତ ଆରମ୍ଭ…

ଦୁର୍ଘଟଣାରେ ଆୟୁର୍ବେଦ ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁ

ବଲାଙ୍ଗିର: ବଲାଙ୍ଗିର ଭାଗୀରଥୀ ଛକ-ସର୍କିଟ ହାଉସ ରାସ୍ତା ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବାଇକ ଧକ୍କାରେ ଗୁରୁତର ଆୟୁର୍ବେଦ ଡାକ୍ତରୀ ଛାତ୍ରୀଙ୍କର ଚିକିତ୍ସାଧିନ ଅବସ୍ଥାରେ ବରଗଡ଼ ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ମୃତ୍ୟୁ ହୋଇଯାଇଛି। ମୃତ ଛାତ୍ରୀ…