August 2026

ରାଜ୍ୟରେ ୨୦ ଲକ୍ଷ ଗାଡ଼ିର RC ବାତିଲ୍

ଭୁବନେଶ୍ୱର : ଓଡ଼ିଶାରେ ୨୦ ଲକ୍ଷ ଗାଡ଼ିର RC ବାତିଲ୍, ଆଉ ୩୦ ଲକ୍ଷ ଗାଡ଼ି ଉପରେ ଝୁଲୁଛି ଖଣ୍ଡା । ଓଡ଼ିଶାର ଗାଡ଼ି ମାଲିକଙ୍କ ପାଇଁ ବଡ଼ ଖବର । ରାଜ୍ୟର ୨୦ ଲକ୍ଷ ଗାଡ଼ିକୁ ‘ପରମାନେଣ୍ଟ ଆର୍କାଇଭ୍ ’କୁ…

ରାଜ୍ୟସଭା ସାଂସଦଙ୍କୁ ଠକି ବନ୍ଧା ହେଲେ ପୂର୍ବତନ ମନ୍ତ୍ରୀଙ୍କ ପୁଅ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ନୃସିଂହ ସାହୁଙ୍କ ପୁଅକୁ ଗିରଫ କରିଛି ପୁଲିସ। ରାଜ୍ୟସଭା ସାଂସଦଙ୍କୁ ଠକି ବନ୍ଧାହେଲେ ପୂର୍ବତନ ମନ୍ତ୍ରୀଙ୍କ ପୁଅ ଅଜିତ ସାହୁ। ମନ୍ତ୍ରୀଙ୍କ ପୁଅକୁ ଗିରଫ କଲା ନୟାପଲ୍ଲୀ ପୋଲିସ। ଜାଗା ଦେବାକୁ…

ବିଚ୍‌ ରାସ୍ତାରେ ମାଂସ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା

ବୁର୍ଲା: ଦୁର୍ବୃତ୍ତଙ୍କ ଗୁଳିରେ ମାଂସ ଦୋକାନୀ ମହମ୍ମଦ୍ ଅନିଶ(୩୬)ଙ୍କର ମୃତ୍ୟୁ। ଦୁର୍ବୃତ୍ତମାନେ ତାଙ୍କୁ ତିନିଟି ଗୁଳି ମାରିଛନ୍ତି। ସମ୍ବଲପୁରର ବୁର୍ଲା ଥାନା ଅନ୍ତର୍ଗତ ଅତ୍ୟନ୍ତ ବ୍ୟସ୍ତବହୁଳ ଅଞ୍ଚଳ କିର୍ବା ଛକରେ ଶନିବାର ଦିନଦ୍ୱିପ୍ରହରରେ ଗୁଳିକାଣ୍ଡ ଘଟିଛି । ମୁଣ୍ଡ, ଛାତି ଓ…

ଆର୍‌ଟିଓ ଅଫିସରେ ଅଗ୍ନିକାଣ୍ଡ, ଜଳିଗଲା ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ଓ ଆସବାବପତ୍ର

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ। ଶନିବାର ପୂର୍ବାହ୍ଣ ପ୍ରାୟ ୯ଟା ୩୦ ସମୟରେ ପାରଳାଖେମୁଣ୍ଡିସ୍ଥିତ ଗଜପତି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ହଠାତ୍ ନିଆଁ ଲାଗିଥିଲା। ଅଗ୍ନିକାଣ୍ଡରେ କାର୍ଯ୍ୟାଳୟର ବହୁ ଅଂଶ କ୍ଷତିଗ୍ରସ୍ତ ହୋଇଥିବା ବେଳେ…

ଦୁଇ କିନ୍ନର ଗୋଷ୍ଠୀ ମୁହାଁମୁହିଁ, ୮ ଗୁରୁତର

ଭଦ୍ରକ: ଦୁଇ କିନ୍ନର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ୮ ଜଣ କିନ୍ନର ଗୁରୁତର । ଭଦ୍ରକର ଚରମ୍ପା ରେଳ ଓଭର ବ୍ରିଜ ନିକଟରେ ଦୁଇ କିନ୍ନର ଗୋଷ୍ଠୀ ମୁହାଁମୁହିଁ । ଗୋଟିଏ କିନ୍ନର ଗୋଷ୍ଠୀ ଆକ୍ରମଣରେ ଅନ୍ୟ ଏକ କିନ୍ନର…

ଅନୁଗୁଳରେ ସ୍କ୍ରବ୍ ଟାଇଫସ୍ ଆତଙ୍କ : ଜଣେ ମୃତ, ୧୦ରୁ ଅଧିକ ଆକ୍ରାନ୍ତ, ସ୍ଥିତି ଅନୁଧ୍ୟାନ କରୁଛି ୫ ଜଣିଆ ବିଶେଷଜ୍ଞ ଟିମ୍

ଅନୁଗୁଳ : ଅନୁଗୁଳ ପାଲଲହଡ଼ାରେ ସ୍କ୍ରବ୍ ଟାଇଫସ୍ ଆତଙ୍କ, ଜଣଙ୍କ ମୃତ୍ୟୁ ଅଭିଯୋଗ । ଅନୁଗୋଳ ଜିଲ୍ଲା ପାଲଲହଡ଼ା ବ୍ଲକ୍ ସାନବାଘଧରି ଗାଁରେ ବ୍ୟାପିଲା ସ୍କ୍ରବ୍ ଟାଇଫସ୍ ଭୟ । ରୋଗରେ ଆକ୍ରାନ୍ତ ହୋଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା…

ବ୍ରାହ୍ମଣୀରେ ବୁଡି ଗଲେ ୩ ଯୁବକ, ୨ ଉଦ୍ଧାର, ଜଣେ ନିଖୋଜ

ଯାଜପୁର : ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇ ବୁଡିଗଲେ ୩ଜଣ । ସ୍ଥାନୀୟ ଲୋକଙ୍କ ଦ୍ୱାରା ୨ଜଣ ଉଦ୍ଧାର ହୋଇଥିବା ବେଳେ ଜଣେ ନିଖୋଜ । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ଜେନାପୁର – ଜାବରା ସେତୁ ନିକଟରେ। ସୂଚନା…

କଲେଜ ହଷ୍ଟେଲ ଓ କ୍ୟାଣ୍ଟିନ୍‌ରେ ଆଉ ହେବନି ପୁରି ଓ ବରା, ତେଲିଆ ଖାଦ୍ୟ କମାଇବାକୁ ପରାମର୍ଶ

ଭୁବନେଶ୍ୱର: ବିଶ୍ୱବ୍ୟାପୀ ଖାଦ୍ୟ, ସାର ଓ ଇନ୍ଧନ ଯୋଗାଣ ସଙ୍କଟର ପ୍ରଭାବକୁ ଦୃଷ୍ଟିରେ ରଖି ରନ୍ଧନ ତେଲର ବ୍ୟବହାର କମାଇବାକୁ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ କଲେଜକୁ ପରାମର୍ଶ ଦେଇଛି ଉଚ୍ଚଶିକ୍ଷା ବିଭାଗ। ଏନେଇ ବିଭାଗ ପକ୍ଷରୁ ସମସ୍ତ…

ଦ୍ରୁତ ଗତିରେ ତରଳୁଛି ହିମାଳୟର ହିମଶୈଳ; ୨୭ ମିଟର ପର୍ଯ୍ୟନ୍ତ ହ୍ରାସ ପାଇଛି ବରଫର ଘନତା

କାଠମାଣ୍ଡୁ: ନେପାଳରେ ସାମ୍ପ୍ରତିକ ଭୟଙ୍କର ଆକସ୍ମିକ ବନ୍ୟା ଘଟିବାର ପ୍ରାୟ ୫ ମାସ ପୂର୍ବରୁ ହିମାଳୟ ଅଞ୍ଚଳର ହିମଶୈଳ ଦ୍ରୁତ ଗତିରେ ତରଳୁଥିବା ଏବଂ ଏହା ଭବିଷ୍ୟତରେ ଭୟଙ୍କର ବିପଦର କାରଣ ହୋଇପାରେ ବୋଲି ଦୁଇଟି ରିପୋର୍ଟରେ ସତର୍କ କରାଯାଇଥିଲା। ଚଳିତବର୍ଷ…

ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ୍ ମିସାଇଲ୍ କିଣିବ ଭାରତ !

ନୂଆଦିଲ୍ଲୀ: ଭାରତ ଯୁଦ୍ଧ-ପରୀକ୍ଷିତ ଆମେରିକା ନିର୍ମିତ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ୍ ମିସାଇଲ୍ ସିଷ୍ଟମ ହାସଲ କରିବାକୁ ଯୋଜନା କରୁଛି। ଭାରତର ଏହି ଯୋଜନାକୁ ନୂଆଦିଲ୍ଲୀରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ସର୍ଗିଓ ଗୋର୍ ପ୍ରଶଂସା କରିଛନ୍ତି। ଗୋର୍‌ କହିଛନ୍ତି ଯେ, ଏହା ଭାରତ-ଆମେରିକା ପ୍ରତିରକ୍ଷା…