ଲକ୍ଷ୍ନୌ: ଉତ୍ତରପ୍ରଦେଶର ଆଲିଗଡ଼ ଥାନା ଟପଲସ୍ଥିତ ଯମୁନା-ଏକ୍ସପ୍ରେସ୍‌ ୱେ‌େ ଜଣେ ୟୁଟ୍ୟୁବର୍‌ଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ୟୁଟ୍ୟୁବର୍‌ ଜଣକ ଘଣ୍ଟା ପ୍ରତି ୩୦୦ କିଲୋମିଟର ବେଗରେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ସେ ଗାଡ଼ି ଚଳାଇ ଯାଉଥିବା ବେଳେ ତାଙ୍କ ବାଇକ୍‌ ଡିଭାଇଡର୍‌ରେ ପିଟି ହୋଇ ଯାଇଥିଲା। ଏହି ଦୁର୍ଘଟଣାରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି।

ଖବରପାଇଁ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ସେଠାରେ ପହଞ୍ଚି ୟୁଟ୍ୟୁବର୍‌ଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବ‌ଚ୍ଛେଦ ପାଇଁ ପଠାଇଛି। ସୂଚନାରୁ ଜାଣିବାକୁ ମିଳିଛି ଯେ ୟୁଟ୍ୟୁବର୍‌ ଅଗସ୍ତି ତାଙ୍କ ରେସିଂ ବାଇକ୍‌ରେ ଆଗ୍ରାରୁ ଦିଲ୍ଲୀ ଯାଉଥିଲେ। ଯାଉଥିବା ବାଟରେ ସେ ନିଜ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବାରୁ ବାଇକ୍‌ଟି ଯାଇ ଡିଭାଇଡର୍‌ରେ ପିଟି ହୋଇ ଯାଇଥିଲା। ଯଦିଓ ସେ ହେଲ୍‌ମେଟ୍‌ ପିନ୍ଧିଥିଲେ, ତାହା ସତ୍ତ୍ବେ ବି ତାଙ୍କ ଜୀବନ ବଞ୍ଚାଇ ହୋଇନାହିଁ।

ଦୁର୍ଘଟଣାରେ ତାଙ୍କ ମସ୍ତିଷ୍କରେ ଭୀଷଣ ଆଘାତ ଲାଗିବାରୁ ଘଟଣାସ୍ଥ‌ଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ଜାଣିବାକୁ ମିଳିଛି ଯେ ଅଗସ୍ତ୍ୟ ଚୌହ୍ବାନ ହେଉଛନ୍ତି ଦିଲ୍ଲୀର ବାସିନ୍ଦା। ସେ ନିଜର ଏକ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଅଛି। ଗାଡ଼ି ଚଲାଇବା ବେଳେ ସେ ତାଙ୍କ ଚ୍ୟାନେଲ୍‌ ପାଇଁ ଭିଡିଓ ବନାଉଥିଲେ। ୟୁଟ୍ୟୁବ୍‌ରେ ତାଙ୍କର ଲକ୍ଷ ଲକ୍ଷ ସବ୍‌ସ୍କ୍ରାଇବର୍‌ ଥିବା ବେଳେ ତାଙ୍କର ଏକ ଭିଡିଓରେ ‌କୋଟି କୋଟି ଭିୟୁ ହେଉଥାଏ। ସେ ବାଇକ୍‌ ରାଇଡିଂ କରି ଭିଡିଓ ବନାଇ ଅପ୍‌ଲୋଡ୍‌ କରୁଥିଲେ। ଏପରି ନକରିବାକୁ ସେ ଦର୍ଶକମାନଙ୍କ ସକାଶେ ଏକ ସୂଚନା ବି ‌ଲେଖୁଥିଲେ।

Share