Atanu 750x430

ଭୁବନେଶ୍ବର: ସମ୍ଭାବ୍ୟ ବର୍ଷା ଏବଂ ବାତ୍ୟାକୁ ନେଇ ପ୍ରସ୍ତୁତି ସଂପର୍କରେ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ। ସେ କହିଛନ୍ତି, ଛୋଟ ଧରଣର ବାତ୍ୟାକୁ ଆଖି ଆଗରେ ରଖି ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ଯୋଗାଣ ବିଭାଗ ପକ୍ଷରୁ ମଣ୍ଡିରେ ଥିବା ଅଫିସରମାନଙ୍କ ସହ ଯୋଗାଯୋଗ କରାଯାଇଛି। କୌଣସି ଚାଷୀ କିପରି ହଇରାଣ ନ ହେବେ ସେ ନେଇ ବିଭାଗୀୟ ସଚିବ ସବୁ ଜିଲ୍ଲା କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ୫ଟି ଜିଲ୍ଲାରେ ବର୍ତ୍ତମାନ ଧାନ ସଂଗ୍ରହ ଚାଲିଛି ଓ ମାସ ଶେଷ ସୁଦ୍ଧା ୧୦ଟି ଜିଲ୍ଲାରେ ଆରମ୍ଭ ହେବ। ବର୍ତ୍ତମାନ ସୁଦ୍ଧା ୬୫ ହଜାର କୁଇଣ୍ଟାଲ ଧାନ ସଂଗ୍ରହ ହୋଇଛି। ବର୍ଷା ସମୟରେ ଧାନ ସଂଗ୍ରହ ନ କରି ଅନ୍ୟ ଦିନ ଧାର୍ଯ୍ୟ କରି ଧାନ ସଂଗ୍ରହ କରିବା ପାଇଁ ସମସ୍ତଙ୍କୁ କୁହାଯାଇଛି। ମଣ୍ଡିରେ ଧାନ ଥିଲେ ତାହା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ସମସ୍ତେ ପ୍ରସ୍ତୁତ ଅଛନ୍ତି।

Share