4dd21192 4eb9 4d9d a3f0 3475975e089c 750x430

ରାଉରକେଲା: ଗତ ୧୫ ତାରିଖରେ ଉଦିତନଗର ଥାନା ବାସନ୍ତୀ କଲୋନିର ମାଲଗୋଦାମ କାଳୀମନ୍ଦିର ନିକଟରେ ଲୁଟ୍‌ କରିଥିବା ଲୁଟେରାମାନେ ପୁଲିସ ହାତରେ ଧରା ପଡ଼ିଛନ୍ତି। ଅଭିଯୁକ୍ତମାନେ ହେଲେ ଉଦିତନଗର ଥାନା ବାସନ୍ତୀ କଲୋନିର ଏଫ୍‌ସିଇ/୧୩୨ ନିବାସୀ ଉମାନାଥ ପ୍ରସାଦଙ୍କ ଦୁଇ ପୁଅ ଅଭିରାଜ ସୋନି ଓରଫ ପ୍ରିନ୍ସ (୨୬) ଓ ଆୟୁଷ ରାଜ୍ ପ୍ରସାଦ (୨୩)।

ଘଟଣା ଦିନପିସି ଜୁଏଲାରିର କର୍ମଚାରୀ ପ୍ରଦୀପ ସୋନି ଅଭିଯୁକ୍ତଙ୍କ ଶିକାର ହୋଇଥିଲେ। ଅଭିଯୁକ୍ତମାନେ ଛୁରାମାଡ଼ କରି ପ୍ରଦୀପଙ୍କଠୁ ୫୧ ଲକ୍ଷ ୮୬ ହଜାର ଟଙ୍କାର ସୁନାଭର୍ତ୍ତି ବ୍ୟାଗ୍‌ ଲୁଟ୍‌ କରି ଚମ୍ପଟ ମାରିଥିଲେ। ଛୁରାମାଡ଼ରେ ପ୍ରଦୀପ ଆହତ ହୋଇଥିଲେ। କିନ୍ତୁ ତାଙ୍କର ଅନ୍ୟ ସହଯୋଗୀ ପ୍ରିନ୍ସ ବର୍ତ୍ତିଯାଇଥିଲେ। ଦୁହେଁ ରାଉରକେଲା ଷ୍ଟେସନରୁ ସ୍କୁଟିରେ ମାଲଗୋଦାମ ରାସ୍ତା ଦେଇ ବାସନ୍ତୀକଲୋନିର ସୁନାବ୍ୟବସାୟୀଙ୍କ ଘରକୁ ଆସୁଥିଲାବେଳେ ଲୁଟ୍‌ ହୋଇଥିଲା। ସୁନା ବ୍ୟବସାୟୀ ଶମ୍ଭୁ କୁମାର ସୋନିଙ୍କ ଲିଖିତ ଅଭିଯୋଗ ଆଧାରରେ ପ୍ଲାଣ୍ଟସାଇଟ୍‌ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା।

ପୁଲିସ ଅଭିଯୁକ୍ତମାନଙ୍କ ଠାରୁ ୫୧ଟି ସୁନାଚେନ ଜବତ କରିଛି, ଯାହାର ଓଜନ ୩୯୪.୨୩୦ ଗ୍ରାମ ହେବ। ସେହିପରି ପୁଲି ୨୦ଟି ହାତମୁଦି, ଯାହାର ଓଜନ ୩୭.୫୧୦ ଗ୍ରାମ ଜବତ କରିଛି। ଏଥି ସହିତ ଆହୁରି ୮୧.୦୫୦ ଗ୍ରାମ ସୁନା ଜବତ କରିଛି। ଅଭିଯୁକ୍ତମାନଙ୍କ ଠାରୁ ମୋଟ ୫୧୨.୭୯୦ ଗ୍ରାମ ସୁନା ଜବତ କରିଛି।

Share