ରାଜନଗର : ମିକ୍ସଚର ମେସିନ ସହ ପିକଅପ ଓଲଟି ୨ ମୃତ, ୨ ଗୁରୁତର। ରାଜନଗର ବ୍ଲକ ଡେରା ପଞ୍ଚାୟତ ଗୋଖଣି ଗ୍ରାମରୁ ଛାତ ପକାଇ ସାରିବା ପରେ ଶ୍ରମିକ ମାନେ ମିକ୍ସର ମେସିନ ସହ ପିକଅପରେ ଜରିମୂଳ ଯାଉଥିଲେ। ମୁଗକଣି ଗାଁର କିଛି ଦୂରରେ ଥିବା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ସଂଯୋଗ ରାସ୍ତାର କିଛି ଦୂରରେ ପିକଅପ ସହ ମିକ୍ସଚର ମେସିନ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ଛିଂଚିରି ଗାଁର କୁମାର ବାରିକ ଓ ଗୋଖଣି (ଡାହାଣୀଆରୀ) ଗ୍ରାମର ସୁମନ୍ତ ମହାନ୍ତି ମୃତ୍ୟୁବରଣ କରିଥିବା ବେଳେ ଛିଂଚିରି ଗ୍ରାମର ଅମର ବାରିକ, ରାଜରାଜେଶ୍ୱରପୁର ଗାଁର ଗୌରାଙ୍ଗ ମଣ୍ଡଳ ଆହତ ଅଛନ୍ତି। ଆହତ ୨ ଜଣକୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

