Israel 750x430

ଇସ୍ରାଏଲର ବେନ୍‌ ଗୁରିୟନ ବିମାନବନ୍ଦରରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି। ହୁତି ଆତଙ୍କବାଦୀମାନଙ୍କ ଦ୍ଵାରା ଏହି ଆକ୍ରମଣ କରାଯାଇଛି। ଏଥିରେ ୬ ନାଗରିକ ଆହତ ହୋଇଥିବା ସୂଚନା ମିଳିନାହିଁ। ଏହି ଘଟଣା ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଜରୁରୀ ବୈଠକ ଡକାଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କ୍ୟାଟ୍‌ଜ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ବୈଠକ କରିବେ। ତା’ ସହିନ୍ଦ ସନ୍ଧ୍ୟା​‌ରେ ମନ୍ତ୍ରିମଣ୍ଡଳ ବୈଠକ ଅନୁଷ୍ଠିତ ହେବ। ୟେମେନରେ ରହି ଆକ୍ରମଣ ଚଳାଇଥିବା ହୁତି ଆତଙ୍କବାଦୀଙ୍କୁ କିପରି ଦମନ କରାଯିବ ସେ ଦିଗରେ ବୈଠକରେ ସ୍ଥିର ହେବ ବୋଲି ସୂଚନା ମିଳିଛି। ଖୁବଶୀଘ୍ର ଇସ୍ରାଏଲ ପକ୍ଷରୁ ଆକ୍ରମଣ କରାଯିବାର ସମ୍ଭବନା ମଧ୍ୟ ରହିଛି।

ରବିବାର ବେନ ଗୁରିୟନ ବିମାନବନ୍ଦର ଉପରେ ହୁତି ଆତଙ୍କବାଦୀମାନେ କ୍ଷେପଣାସ୍ତ୍ର ମାଡ଼ କରିଥିଲେ। ଇସ୍ରାଏଲ ସୁରକ୍ଷା କର୍ମୀମାନେ ଆକ୍ରମଣକୁ ରୋକିବାରେ ବିଫଳ ହୋଇଥିଲେ। ଆକ୍ରମଣ ପରେ ଏଠାରେ ବିମାନ ଚଳାଚଳ ବନ୍ଦ କରିଦିଆଯାଇଛି। ତେବେ ଏହି ଆକ୍ରମଣ ଜବାବରେ ୭ଗୁଣ ଅଧିକ ତୀବ୍ର ଆକ୍ରମଣ କରାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କ୍ୟାଟ୍‌ଜ କହିଛନ୍ତି।

Share