5fad2698 1fd4 4ba0 b82f b30cc812

ପାକିସ୍ତାନ: ପାକିସ୍ତାନର ଲାହୋରର ଜନଗହଳି ରାସ୍ତାରେ ସିଂହ ବୁଲୁଥିବାର ଏକ ଭୟାବହ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଘୁରି ବୁଲୁଛି।

ଏହି ଭାଇରାଲ ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି, ଜନଗହଳି ରାସ୍ତାରେ ହଠାତ ଏକ ସିଂହ ପାଚେରୀ ଡେଇଁ ଆସୁଛି। କେହି କିଛି ବୁଝିବା ପୂର୍ବରୁ ଉକ୍ତ ରାସ୍ତା ଦେଇ ଯାଉଥିବା ଜଣେ ମହିଳାଙ୍କ ଉପରକୁ ସିଂହ ଆକ୍ରମଣ କରୁଛି।

ଅନ୍ୟଲୋକମାନେ ସିଂହ କବଳରୁ ମହିଳାଙ୍କୁ ଉଦ୍ଧାର କରିବା ପରେ ସିଂହ ଘଟଣାସ୍ଥଳରୁ ଚମ୍ପଟ ମାରୁଛି।ସୌଭାଗ୍ୟବଶତଃ ସିଂହ ଆକ୍ରମଣରେ ମହିଳାଙ୍କୁ କୌଣସି ପ୍ରକାର ଆଘାତ ଲାଗି ନାହିଁ। ଏ ଆକ୍ରମଣରୁ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ରାସ୍ତାରେ ଖୋଲାଖୋଲି ଭାବେ ଏପରି ସିଂହ ବୁଲିବା ଖବର ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଛି। ତେବେ ଏ ସିଂହ କିପରି ଓ କେଉଁସ୍ଥାନରୁ ଆସିଥିଲା ସେ ନେଇ ଖବର ଲେଖାହେଲା ପର୍ଯ୍ୟନ୍ତ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

Share