Screenshot 2024 12 09 133101 1024x748 1 750x430 1

ଭୁବନେଶ୍ବର: ମେଗା ପାନୀୟ ଜଳ ପ୍ରୋଜେକ୍ଟ ଦୁର୍ନୀତି ନେଇ ବିଧାନସଭାରେ ପୂର୍ବ ସରକାରଙ୍କୁ ଟାର୍ଗେଟ କଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ । ସେ କହିଛନ୍ତି ଯେ, ପୂର୍ବ ସରକାରରେ ନଳ ଥିଲା ଜଳ ନଥିଲା। ଏବେ ନଳ ଆଉ ଜଳ ଅଛି । ୨୦୨୪ ଜୁନ ସୁଦ୍ଧା ବିଜେଡି ୩ଟି ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ କରିଥିଲେ । ଆମେ ୧୭ ମାସରେ ୨୨ଟି ପ୍ରକଳ୍ପ ସମ୍ପୂର୍ଣ୍ଣ କରିଛୁ ବୋଲି ମନ୍ତ୍ରୀ ନାଏକ କହିଛନ୍ତି ।

ମନ୍ତ୍ରୀ ଶ୍ରୀ ନାୟକ ଆହୁରି କହିଛନ୍ତି ଯେ, ହର ଘର ଜଲ ଯୋଜନାରେ ୬୦୩୨ ପ୍ରୋଜେକ୍ଟ ସାରିଥିଲେ, ଆମେ ୪୭୯୧ କରିଛୁ । ୨୮,୩୫୦ ନଳକୂପ ବିଜେଡି କରିଥିଲା, ଆମେ ୨୨,୯୬୪ଟି କରିଛୁ । ପିଏମ ଗତି ଶକ୍ତିରେ ବିଜେପି ୭୧ ହଜାର କିମି ପାଇପ ଲାଇନ ବିଛାଯାଇଛି ।

ସେହିପରି, ବିଜେଡି ସରକାର ୧୬ଟି ସିଭିଲ ପ୍ରୋଜେକ୍ଟ କରିଥିଲା, ଆମେ ୬୬ଟି ସମ୍ପୂର୍ଣ୍ଣ କରିଛୁ । ୩୭୩୩ଟି ସୋଲାର ପ୍ରୋଜେକ୍ଟ ଶେଷ କଲେ, ଆମେ ୨୭୦୨ ପ୍ରୋଜେକ୍ଟ ସାରିଛୁ ।

ପୂର୍ବ ସରକାର ୩୫ ହଜାର କୋଟି ଟଙ୍କାରେ ୨୦୭ ମେଗା ପାନୀୟ ଜଳ ପ୍ରକଳ୍ପର କାମ ଆରମ୍ଭ ନହେଉଣୁ କାହିଁକି ଠିକାଦାରମାନଙ୍କୁ ଆଗୁଆ ପେମେଣ୍ଟ ଦିଆଗଲା ତାର ଭିଜିଲାନ୍ସ ତଦନ୍ତ ପାଇଁ ବିଧାନସଭାରେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ । ଜବାବରେ ମନ୍ତ୍ରୀ କହିଥିଲେ ଯେ, ପୂର୍ବ ସରକାରଙ୍କ ପାନୀୟ ଜଳ ପ୍ରକଳ୍ପ କାମ ଆରମ୍ଭ ନହେଉଣୁ ହଜାର କୋଟର ପ୍ରକଳ୍ପ କାହିଁକି ନିର୍ଦ୍ଦିଷ୍ଟ ୧୭ ତାମିଲ ଠିକାଦାରଙ୍କୁ ଦିଆଗଲା ବୋଲି ପ୍ରଶ୍ନ କରିଛନ୍ତି । ଏହାସହ ମେଗା ପ୍ରକଳ୍ପରେ ହୋଇଥିବା ଦୁର୍ନୀତି ଉପରେ ଆଗକୁ ତଦନ୍ତ ହେବ ବୋଲି ମନ୍ତ୍ରୀ ସଙ୍କେତ ଦେଇଛନ୍ତି ।

 

Share