ଭୁବନେଶ୍ୱର: ମାଘ ମେଳା ପାଖେଇ ଆସୁଥିବା ବେଳେ ଅଶ୍ଲିଳ ନୃତ୍ୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମେୟର ସୁଲୋଚନା ଦାସ। ଖଣ୍ଡଗିରି ମାଘ ମେଳାରେ ହେବନି ଅଶ୍ଳୀଳ ନୃତ୍ୟ। ମୋଟ ସାତୋଟି ପେଣ୍ଡାଲରେ ଯାତ୍ରା ପରିବେଷଣ ହେବ। ତେବେ ଯାତ୍ରା ସମୟରେ କୌଣସି ଅଶ୍ଳୀଳ ନୃତ୍ୟ କରିପାରିବେ ନାହିଁ। ସେହିପରି ଖଣ୍ଡଗିରି ମାଘ ମେଳା ପାଇଁ ଲାଗିବ ୧୦୦ଟି ସିସିଟିଭି।

