Fraud

ଭୁବନେଶ୍ୱର : ଅନଲାଇନ୍ ଇନଭେଷ୍ଟମେଣ୍ଟ ନାଁରେ ବଡ଼ ଠକେଇ ।  ପଶ୍ଚିମବଙ୍ଗରୁ ଠକକୁ ଗିରଫ କଲା କମିଶନରେଟ ପୋଲିସ ।  ଉଚ୍ଚ ରିଟର୍ନ ଦେବା ପ୍ରଲୋଭନ ଦେଖାଇ ପ୍ରାୟ ୫୦ ଲକ୍ଷ ୧୬ ହଜାର ଟଙ୍କା ଠକେଇ ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟର ସାଇବର ଥାନା ପୋଲିସ ।  ଗିରଫ ଅଭିଯୁକ୍ତ ପଶ୍ଚିମବଙ୍ଗ ହୁଗ୍ଲୀ ଜିଲ୍ଲା ମଙ୍ଗ୍ରା ଥାନା ଅଞ୍ଚଳର ଅରବିନ୍ଦ ପାଲ୍ ।

ଅଭିଯୁକ୍ତକୁ ପଶ୍ଚିମବଙ୍ଗରୁ ଗିରଫ କରି ଭୁବନେଶ୍ୱର ଆଣାଯାଇଛି ।  ପୋଲିସ ସୂଚନା ଅନୁସାରେ, ଭୁବନେଶ୍ୱର ତମାଣ୍ଡୋ ଥାନା ଅଞ୍ଚଳର ବୃନ୍ଦାବନ ଗାର୍ଡେନ ଆପାର୍ଟମେଣ୍ଟର ବାସିନ୍ଦା ଭାଗିରଥି ମହନ୍ତଙ୍କୁ ଉଚ୍ଚ ଲାଭ ମିଳିବ ବୋଲି ପ୍ରଲୋଭନ ଦେଖାଇଥିଲେ ।   WhatsApp Group ମାଧ୍ୟମରେ ଅନଲାଇନ୍ ଟ୍ରେଡିଂରେ ନିବେଶ କରାଇଥିଲେ ଅଭିଯୁକ୍ତ ।

SMC SIT-3 WII Group ନାମର WhatsApp Group ମାଧ୍ୟମରେ ନିଜକୁ କୋ-ଅର୍ଡିନେଟର ଭାବେ ପରିଚୟ ଦେଇଥିଲା ।  ନକଲି ଟ୍ରେଡିଂ ଆକାଉଣ୍ଟ ଖୋଲି ଭିନ୍ନ ଭିନ୍ନ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବାକୁ ବାଧ୍ୟ କରିଥିଲା ଅଭିଯୁକ୍ତ ।  ଏହିଭଳି ଭାଗିରଥି ମହାନ୍ତିଙ୍କ ଠାରୁ ମୋଟ ୫୦ ଲକ୍ଷ ୧୬ ହଜାର ଟଙ୍କା ଠକେଇ କରାଯାଇଥିବା କମିଶନରେଟ୍ ପୋଲିସ କହିଛି ।  ତଦନ୍ତ ସମୟରେ ଅଭିଯୁକ୍ତଙ୍କ ପାଖରୁ ଗୋଟିଏ କିପ୍ୟାଡ୍ ମୋବାଇଲ ଫୋନ୍ ଜବତ କରାଯାଇଛି ।

Share