ମାଲକାନଗିରି : ଦୁଇଶହ ପିଲାଙ୍କ ପାଇଁ ୪ଟି କୁକୁଡ଼ା । ଚିକେନ୍ ତରକାରୀ ନାଁରେ ଖାଲି ପାଣି । ମାଲକାନଗିରି ସଦର ମହକୁମା ତଣ୍ଡାପାଲି ପଞ୍ଚାୟତର ଏମଭି-୧୬ ନମ୍ବର ସ୍କୁଲରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ବିଦ୍ୟାଳୟରେ ନିମ୍ନମାନର ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ଅଭିଯୋଗ ହୋଇଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସ୍କୁଲର ୨୦୦ ପିଲାଙ୍କ ପାଇଁ ମାତ୍ର ୪ଟି କୁକୁଡା ଆଣି ତରକାରୀ କରାଯାଇଥିଲା । ଛାତ୍ରଛାତ୍ରୀଙ୍କୁ ଚିକେନ୍ ତରକାରୀ ନାଁରେ କେବଳ ପାଣି ଦିଆଯାଉଥିଲା । ଘଟଣାର ତଦନ୍ତ କରିବା ପାଇଁ ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

