ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ଆମେରିକାର ମିଳିତ ଆକ୍ରମଣର ଜବାବ ଦେଇ ଇରାନ ଇସ୍ରାଏଲ ସହିତ କତର, କୁଏତ, ବାହରିନ, ୟୁଏଇ ସମତେ ଅନେକ ଦେଶ ଉପରେ ମିସାଇଲ ଆକ୍ରମଣ କରିଛି । ମଧ୍ୟପ୍ରାଚ୍ୟରେ ବଢୁଥିବା ତିକ୍ତତା ଯୋଗୁଁ ଅନେକ ଦେଶର ପ୍ରମୁଖ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ବିମାନ ସେବା ବନ୍ଦ ରହିଛି । ଫଳରେ ହଜାର ହଜାର ବିମାନ ଏବଂ ଲକ୍ଷାଧିକ ଯାତ୍ରୀ ପ୍ରଭାବିତ ହୋଇଛନ୍ତି । ଇରାନ, ଇସ୍ରାଏଲ, ଇରାକ, ୟୁଏଇ, ଜୋର୍ଡନ ଏବଂ ସିରିଆ ନିଜର ଏୟାରସ୍ପେସ ବନ୍ଦ କରିଦେଇଛି । ଯାହାଦ୍ବାରା ବିମାନ ସେବା ପ୍ରାଭବିତ ହୋଇଛି । ଏୟାର ଇଣ୍ଡିଆ ମିଡିଲି ଇଷ୍ଟରେ ସମସ୍ତ ବିମାନକୁ ବନ୍ଦ କରିଛି । ଅନେକ ଏୟାରଲାଇନ୍ସ କମ୍ପାନୀ ସପ୍ତାହେ ଯାଏଁ ସମସ୍ତ ସେବାକୁ ବାତିଲ କରିଛି ।
୧୧ଟି ବିମାନ ସେବାକୁ ବାତିଲ୍ କଲା ଏୟାର୍ ଇଣ୍ଡିଆ :
-ମୁମ୍ବାଇ-ହିଥ୍ରୋ, ଦିଲ୍ଲୀ-ବର୍ମିଂହାମ, ଦିଲ୍ଲୀ-ଆମଷ୍ଟରଡାମ୍, ଦିଲ୍ଲୀ-ଜୁରିଚ୍ ବିମାନ ବାତିଲ୍
-ଯାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିମାନ ବାତିଲ୍
-ଦିଲ୍ଲୀ-ମିଲାନ, ଦିଲ୍ଲୀ-ଭିଏନା, ବେଙ୍ଗାଲୁରୁ-ହିଥ୍ରୋ ବିମାନ ସେବା ବାତିଲ
-ଦିଲ୍ଲୀ-କୋପେନହେଗେନ, ଦିଲ୍ଲୀ-ହିଥ୍ରୋ ଓ ଦିଲ୍ଲୀ-ଫ୍ରାଙ୍କଫର୍ଟ ବିମାନ ବାତିଲ୍
ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ମିସାଇଲରେ ଆକ୍ରମଣ ହେଉଛି । ତେଣୁ ପଡୋଶୀ ଦେଶ ନିଜର ଏୟାରସ୍ପେସ ବନ୍ଦ କରିଦେଇଛନ୍ତି । ଅନେକ ଦେଶର ଏୟାରପୋର୍ଟ ପ୍ରଭାବିତ ହୋଇଛି । ଦୁବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ, ଆବୁଧାବି ଇଣ୍ଟରନ୍ୟାସନାଲ ଏୟାରପୋର୍ଟ, ଦୋହା ଇଣ୍ଟରନ୍ୟାସନାଲ ଏୟାରପୋର୍ଟ, ଇସ୍ରାଏଲର ତେଲ ଅବବି ଏୟାରପୋର୍ଟ, ତେହରାନ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ପ୍ରମୁଖ ବନ୍ଦ ରହିଛି । କୁଏତ ଏବଂ ବାହାରିନ ମଧ୍ୟ ନିଜର ବିମାନବନ୍ଦର ବନ୍ଦ କରିଛନ୍ତି ।

