ନୂଆଦିଲ୍ଲୀ : ଭାରତରେ ଇରାନର ଯୁଦ୍ଧ ଜାହାଜ। ଶ୍ରୀଲଙ୍କା ନିକଟରେ ‘IRIS Dena’ ଜାହାଜ ଦୁର୍ଘଟଣାର କିଛି ଦିନ ପୂର୍ବରୁ, ଇରାନ ଭାରତକୁ ଏକ ଜରୁରୀ ସାହାଯ୍ୟ ମାଗିଥିଲା । ଇରାନର ଅନ୍ୟ ଏକ ଯୁଦ୍ଧ ଜାହାଜ ‘IRIS Lavan’ ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ, ଏହାକୁ ଭାରତରେ ରଖିବା ପାଇଁ ଫେବୃଆରୀ ୨୮ ତାରିଖରେ ଅନୁରୋଧ କରାଯାଇଥିଲା । ଭାରତ ସରକାର ମାର୍ଚ୍ଚ ୧ ତାରିଖରେ ଏହି ଅନୁମତି ପ୍ରଦାନ କରିଥିଲେ। ମାର୍ଚ୍ଚ ୪ ତାରିଖରେ ଇରାନର ଏହି ଜାହାଜ କେରଳର କୋଚି ବନ୍ଦରରେ ପହଞ୍ଚିଛି । ଜାହାଜରେ ଥିବା ୧୮୩ ଜଣ କ୍ରୁ ସଦସ୍ୟଙ୍କୁ ବର୍ତ୍ତମାନ ଭାରତୀୟ ନୌସେନାର ସ୍ୱତନ୍ତ୍ର ସୁବିଧାରେ ରଖାଯାଇଛି । ଭାରତରେ ପହଞ୍ଚିଲା ଇରାନର ଯୁଦ୍ଧ ଜାହାଜ! କୋଚି ବନ୍ଦରରେ ଲାଗିଲା ‘IRIS Lavan’। ୧୮୩ କ୍ରୁ ସଦସ୍ୟଙ୍କୁ ମିଳିଛି ଆଶ୍ରୟ ।

