ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ବଡ଼ ଅଘଟଣ । ରୂପ ନଗର ଅଞ୍ଚଳରେ ଏକ ଫୁଟ ଓଭରବ୍ରିଜ ଭୁଶୁଡିପଡିଛି । ଏହି ଘଟଣାରେ ଜଣେ ମହିଳା ନାଳରେ ଭାସିଯାଇଥିବା ଜଣାପଡିଛି । ମହିଳାଙ୍କୁ ଖୋଜାଚାଲିଛି ।
ଖବର ମୁତାବକ, ଦିଲ୍ଲୀ ଅଗ୍ନିଶମ ସେବା ନିକଟକୁ ସକାଳ ୯.୩୦ ମିନିଟରେ ଓଭରବ୍ରିଜ ଭୁଶୁଡିବା ନେଇ ଖବର ମିଳିଥିଲା । ଏହାପରେ ଦମକଳ ଗାଡ଼ି ପହଞ୍ଚିଥିଲା । ବ୍ରିଜ ଭୁଶୁଡିବା ବେଳେ ଜଣେ ମହିଳା ଏହା ଉପରେ ରହିଥିଲେ । ଆଉ ମହିଳା ଜଣକ ନାଳରେ ଭାସି ଯାଇଥିବା ଜଣାପଡିଛି । ତାଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଜାରି ରହିଛି ।
ଏନଡିଆରଏଫ ଟିମ୍, ଦିଲ୍ଲୀ ପୋଲିସ ଏବଂ ଅନ୍ୟ ଜରୁରୀକାଳୀନ ଏଜେନ୍ସୀ ନିଖୋଜ ମହିଳାଙ୍କୁ ଖୋଜୁଛନ୍ତି । ଉଦ୍ଧାର କାର୍ଯ୍ୟ ପାଇଁ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି । ଏହି ଘଟଣା ପରେ ଦିଲ୍ଲୀ ପୋଲିସର ବୟାନ ସାମ୍ନାକୁ ଆସିଛି ।
ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି କି, ଦିଲ୍ଲୀ ରୂପନଗର ମଦର ଡେରୀ ନିକଟରେ ଥିବା ବ୍ଲକ ୩ରେ ଏକ ନାଳ ଉପରେ ହୋଇଥିବା ପୁରୁଣା ଫୁଟ୍ ଓଭରବ୍ରିଜ ଭୁଶୁଡି ପଡ଼ିଛି । ମହିଳା ଜଣକ ନାମରେ ଭାସିଯିବାରୁ ତାଙ୍କୁ ଖୋଜା ଚାଲିଛି । ଦମକଳ ଗାଡ଼ି ଘଟଣା ସ୍ଥଳରେ ରହିଛି ।

