Hospital 696x364

ନୀଳଗିରି: ନୀଳଗିରି ଷ୍ଟେସନସାହି-କାହାଳିଆ ରାସ୍ତାର ଏକ କେନାଲ ନିକଟରେ ଅଭାବନୀୟ ଘଟଣା ଘଟିଛି। ଜଣେ ପାନ ଦୋକାନୀଙ୍କୁ ଗୋଡାଇ ଗୋଡାଇ ହାଣିଛନ୍ତି ଦୁର୍ବୁତ୍ତ।  ଆହତ ବ୍ୟକ୍ତି ଜଣକ କାହାଳିଆ ଅଞ୍ଚଳର ପ୍ରଦୀପ ପଣ୍ଡା(୫୨) ବୋଲି ଜଣାପଡିଛି। ପୂର୍ବରୁ ସେ ନୀଳଗିରି ଡାକ୍ତରଖାନା ସମ୍ମଖରେ ପାନ ଦୋକାନ କରିଥିଲେ। ୪/୫ଜଣ ଦୁର୍ବୃତ୍ତ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିବା ଦେଖିବାକୁ ମିଳିଛି। ସମ୍ପୃକ୍ତ ଦୋକାନୀ ଜଣକ ବିଳମ୍ବିତ ରାତିରେ ଘରକୁ ଫେରୁଥିବା ସମୟରେ ଦୁର୍ବୃତ୍ତମାନେ ତାଙ୍କୁ ଅଟକାଇଥିଲେ। ଏବଂ ପରେ ଭୁଜାଲି ଓ କଟୁରିରେ ପାନ ଦୋକାନୀଙ୍କ ଦେହରେ ଏକାଧିକ ଚୋଟ ପକାଇଛନ୍ତି। ରକ୍ତ ଜୁଡୁବୁଡୁ ହୋଇ ମୁମୂର୍ଷ ଅବସ୍ଥାରେ ପଡ଼ିଥିବା ଏହି ଦୋକାନୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଖବରପାଇ ସେଠାରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Share