ପାଗା: କଟକ ଜଗତପୁର ଥାନା ଅନ୍ତର୍ଗତ ଭୈରପୁର ପେଟ୍ରୋଲ ପମ୍ପ ନିକଟରେ ଅଭାବନୀୟ ଘଟଣା ଘଟିଛି। ଗତକାଲି ରାତିରେ ଜଣେ ମହିଳାଙ୍କର ହଠାତ୍ ଅସ୍ବଭାବିକ ଭାବେ ମୃତ୍ୟୁ ଘଟିଛି। ମୃତକ ଅମଜାଦ ବିବି ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ଅମଜାଦ ବିବି ନିଜ ଜ୍ବାଇଁ ଘରୁ ଫେରି ନିଜ ଘରେ ନାତି ସହିତ ରାତ୍ରି ଭୋଜନ କରି ଶୋଇଥିଲେ। ରାତି ୧୧ଟା ସମୟରେ ନାତି ଘରୁ କେଉଁଆଡେ ବାହାରକୁ ଆସିଥିଲେ। ମାତ୍ର ଫେରିବା ପରେ ଦେଖେ ତ ୪ ଜଣ ଯୁବକ ତାଙ୍କ ଶୋଇବା ଘରୁ ହଠାତ୍ ବାହାରି ଦୌଡ଼ି ପଳାଇଥିଲେ ।
ଆଈ ଅମଜାଦ ବିବି ଜିଭ ବାହାର କରି ଖଟରେ ପଡ଼ି ରହିଛନ୍ତି। ପରେ ପରେ ନାତି ତାଙ୍କର ପରିବାର ଲୋକ ଙ୍କୁ ଡାକି ଏ ଘଟଣା ସମ୍ପର୍କରେ ଜଣାଇଥିଲେ। ପରିବାର ଲୋକେ ତୁରନ୍ତ ଏ ନେଇ ଜଗତପୁର ଥାନାରେ ଜଣାଇଥିଲେ। ଖବର ପାଇ ଜଗତପୁର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଆଜି ସକାଳେ ଘଟଣା ସ୍ଥଳରେ ପୁନର୍ବାର ସାଇଣ୍ଟିଫିକ୍ ଟିମ୍ ସହ ଜୋନ୍ ଓ୍ବାନ ଏସିପି ଅରୁଣ ସ୍ବାଇଁ ଓ ଜଗତପୁର ପୁଲିସ୍ ପହଞ୍ଚି ତଦନ୍ତ କରିଛନ୍ତି।ବର୍ତ୍ତମାନ୍ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଜଣାପଡିନାହିଁ।

