Murder 1

ବାଲୁଗାଁ :  ଢାଵା ଭିତରେ ହତ୍ୟାକାଣ୍ଡ ।  ସାଥୀ କର୍ମଚାରୀ ଅଟକ ।  ଢାବାରେ କାର୍ଯ୍ୟରତ ଦିବ୍ୟାଙ୍ଗ ଯୁବକଙ୍କୁ ଗଳା କାଟି ହତ୍ୟା  ଅଭିଯୋଗ ।  ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ୧୬ ନଂ ଜାତୀୟ ରାଜପଥ ସୁବୁଦ୍ଧିପାଟଣା ଛକ ନିକଟ ଏକ ଢାବା ଭିତରେ ଯୁବକଙ୍କୁ ହତ୍ୟା କରାଯାଇଛି ।  ହତ୍ୟା ପରେ ଦିବ୍ୟାଙ୍ଗ ଯୁବକଙ୍କୁ ବିଲରେ ଫିଙ୍ଗି ଦିଆଯାଇଛି ।  ମୃତକ ବାଣପୁର ଥାନା ଅନ୍ତର୍ଗତ ଏକଡାଳିଆ ଗାଁର ପପୁ ଦଳବେହେରା ।

ଢ଼ାବା ପାଖରେ ଥିବା ବିଲ ଭିତରୁ ପପୁଙ୍କ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ ଢାବା ମାଲିକ। କିନ୍ତୁ ମେଡିକାଲରେ ପପୁଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର ।  ଏନେଇ ବାଲୁଗାଁ ଥାନାରେ ପରିବାର ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି ।  ଅଭିଯୋଗ ପରେ ଘଟଣାସ୍ଥଳରେ ବାଲୁଗାଁ ପୋଲିସ ପହଞ୍ଚି ତଦନ୍ତ ଚଲାଇଛି ।  ତେବେ ଢାବା ଭିତରେ ରକ୍ତ ଛିଟା ପଡ଼ିଥିବାରୁ ପୋଲିସ ସାଥୀ କର୍ମଚାରୀକୁ ଅଟକ ରଖି ତଦନ୍ତ କରୁଛି ।

Share