ଢେଙ୍କାନାଳ : ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଏକ ଇଞ୍ଜିନିୟରିଙ୍ଗ କଲେଜ କ୍ୟାମ୍ପସ ପରିସରରେ ଗୁଳିମାଡ଼ ସହ ଜଣେ ଛାତ୍ରଙ୍କୁ ଆକ୍ରମଣ । କଲେଜ ପରିସରରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ପୁର୍ବ ଶତୃତାକୁ କେନ୍ଦ୍ର କରି ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଗୋଟିଏ ରାଉଣ୍ଡ ଗୁଳିମାଡ ହୋଇଛି । ଗୁଳିମାଡ଼ କରୁଥିବା ଯୁବକ ହାତକୁ ବାଡ଼େଇ ଦେବାରୁ ପିସ୍ତଲଟି ତଳେ ପଡ଼ି ଗୋଟିଏ ରାଉଣ୍ଡ ଗୁଳି ତଳେ ଫୁଟିଥିବା ବେଳେ ଅଳ୍ପକେ ବଞ୍ଚିଯାଇଛନ୍ତି କଲେଜ ଛାତ୍ର ।
କଲେଜ ପରିସରକୁ ଜଣେ ଛାତ୍ରଙ୍କ ସହଯୋଗରେ କିଛି ଅଣ ଛାତ୍ର ପଶି ଆକ୍ରମଣ ଓ ଗୁଳିମାଡ଼ କରିଥିବା ଅଭିଯୋଗ ହୋଇଛି । ଟାଉନଥାନା ପୋଲିସ କଲେଜ ପରିସରରେ ପହଞ୍ଚି ଅଧିକ ପଚରା ଉଚ଼ରା କରିବା ସହ ତଦନ୍ତ ଜାରି ରଖିଛି । ଆହତ ହୋଇଥିବା ଛାତ୍ର ମାଡ଼ ମାରିବା ଏବଂ ବନ୍ଧୁକ ଗୋଟିଏ ରାଉଣ୍ଡ ଗୁଳି ଫୁଟିବା କହୁଥିବା ବେଳେ କଲେଜ କର୍ତ୍ତୃପକ୍ଷ ଗୁଳିଫୁଟିବା ଘଟଣାକୁ ଅସ୍ବୀକାର କରିଛନ୍ତି । ଅଣଛାତ୍ର ଘଟଣାକୁ ମଧ୍ୟ ଅଧକ୍ଷ ଅସ୍ୱୀକାର କରୁଥିବା ବେଳେ ଆହତ ଛାତ୍ର ଜଣଙ୍କ ଟାଉନ ଥାନାରେ ଲିଖିତ ଏତଲା ଦେଇଛନ୍ତି ।

