Similipal

ମୟୁରଭଞ୍ଜ: ଶିମିଳିପାଳରେ ଶିକାରିଙ୍କ ଉତ୍ପାତ। ଶିକାରୀକୁ ଧରିଲା AI କ୍ୟାମେରା । AI କ୍ୟାମେରା ଆଲର୍ଟରେ ସତର୍କ ହୋଇ ବନ ବିଭାଗର ତତ୍ପରତା, ଜଣେ ଶିକାରୀକୁ ଗିରଫ କଲା ବନ ବିଭାଗ । ତାଠାରୁ ଗୋଟିଏ ଦେଶୀ ବନ୍ଧୁକ ଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ।  ଗତକାଲି ରାତି ଗୋଟାଏ ୩୫ ମିନିଟ୍ ସମୟରେ ଶିମିଳିପାଳ ଦକ୍ଷିଣ ବନ୍ୟପ୍ରାଣୀ ବିଭାଗ ଅଧୀନ ପୋଡାଡିହା ୱାଇଲ୍ଡଲାଇଫ୍ ରେଞ୍ଜରେ ଏଆଇ ଟ୍ରେଲଗାର୍ଡ କ୍ୟାମେରାରୁ ଏକ ସନ୍ଦେହଜନକ ଫଟୋ ଆଲର୍ଟ ମିଳିଥିଲା ।

ବନ ବିଭାଗର ଟିମ୍ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ଲୁଚିଥାଇ ଅଭିଯୁକ୍ତଙ୍କ ଉପରେ ନଜର ରଖିଥିଲେ। ଜଣେ ଶିକାରୀ ଖସି ଯାଇଥିବା ବେଳେ ଜଣେ ଶିକାରୀ ଧରାପଡିଥିଲା ।  ଧରାପଡ଼ିଥିବା ବ୍ୟକ୍ତି ହେଲେ ଦଶରଥ ସିଂହ, ବୟସ ୫୦ ବର୍ଷ । କପ୍ଟିପଡ଼ା ଥାନା ଅଞ୍ଚଳର ଜେଏସ୍ ଜାମଦିହା ଗାଁର ବାସିନ୍ଦା । ତା ପାଖରୁ ଏକ ହାତ ତିଆରି ବନ୍ଧୁକ, ବିସ୍ଫୋରକ ପଦାର୍ଥ ଆଦି ଜବତ ହୋଇଛି ।

Share