ଭୁବନେଶ୍ବର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ନନ୍ଦନକାନନକୁ ଆସିଲେ ନୂଆ ଅତିଥି । ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବଂ ଗୁଜୁରାଟ ଜୁନାଗଡ଼ ପ୍ରାଣୀ ଉଦ୍ୟାନ ମଧ୍ୟରେ ବନ୍ୟପ୍ରାଣୀ ଅଦଳବଦଳ ହୋଇଛି । ନୂଆ ପକ୍ଷୀ ଡେମାଇସେଲ୍ କ୍ରେନ୍, କଲରାପତରିଆ ବାଘ ସାଙ୍ଗକୁ ନାଲି ଜଙ୍ଗଲୀ କୁକୁଡ଼ା ଆସିଛନ୍ତି । ଏହିସବୁ ପକ୍ଷୀ ଆସିବାପରେ ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁ ପ୍ରଜାତି ୧୭୯କୁ ବୃଦ୍ଧି ପାଇଛି ।
ରବିବାର ସନ୍ଧ୍ୟାରେ ଏକ ସ୍ବତନ୍ତ୍ର ଗାଡ଼ିରେ ୩ ପ୍ରଜାତିର ୧୮ ଟି ଜୀବଜନ୍ତୁ ନନ୍ଦନକାନନ ଆସିଛନ୍ତି । ସେଥିରେ ଦୁଇ ଯୋଡ଼ା ଡେମାଇସେଲ୍ କ୍ରେନ୍, ଦୁଇ ଯୋଡ଼ା କଲରାପତରିଆ ବାଘ ଓ ୫ ଯୋଡ଼ା ନାଲି ଜଙ୍ଗଲୀ କୁକୁଡ଼ା ଅଛନ୍ତି । ପ୍ରାଣୀ ଚିକିତ୍ସକମାନେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ନିରୀକ୍ଷଣ ଗୃହରେ ରଖାଯାଇଛି । ପ୍ରାୟ ଏକ ମାସ ରହିବା ପରେ କଲରାପତରିଆ ବାଘକୁ ପର୍ଯ୍ୟଟକ ଦେଖିବା ପାଇଁ ଖୁଆଡ଼ରେ ଛଡ଼ାଯିବ ।

