Scb

ଭୁବନେଶ୍ବର: ଜୋର ଧରିଲା ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି । SCB ଅଗ୍ନିକାଣ୍ଡ ଘଟଣାରେ ରାଜ୍ୟପାଳଙ୍କୁ ଭେଟି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ । କଟକ ଏସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ୧୩ ଜଣଙ୍କ ମୃତ୍ୟୁ ଘଟଣା ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି। ଦୁର୍ଘଟଣାକୁ ନେଇ ସୋମବାର ଦିନ ବିରୋଧୀ ଦଳର ବିଧାୟକମାନେ ରାଜ୍ୟପାଳଙ୍କୁ ଏକ ସମ୍ମିଳିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏହି ଅଘଟଣ ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ଦାୟୀ କରି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ତୁରନ୍ତ ଇସ୍ତଫା କିମ୍ବା ତାଙ୍କୁ ପଦରୁ ହଟାଇବାକୁ ବିଜେଡି, କଂଗ୍ରେସ ଏବଂ ସିପିଆଇ-ଏମ ବିଧାୟକମାନେ ଦାବି କରିଛନ୍ତି ।

ହାଇକୋର୍ଟଙ୍କ ଜଣେ କାର୍ଯ୍ୟରତ କିମ୍ବା ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହୋଇଛି । ମୃତକଙ୍କ ପରିବାରକୁ ୧ କୋଟି ଟଙ୍କା ଅନୁକମ୍ପାମୂଳକ ସହାୟତା ଓ ଜଣକୁ ସରକାରୀ ଚାକିରି ଦେବାକୁ କୁହାଯାଇଛି । ସେହିପରି ଆହତଙ୍କୁ ମାଗଣା ଚିକିତ୍ସା ସହ ୫ ଲକ୍ଷ ଟଙ୍କା ଦେବାକୁ ଦାବି କରାଯାଇଛି । ରାଜ୍ୟର ସମସ୍ତ ହସ୍ପିଟାଲରେ ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥାର ଅଡିଟ୍ କରିବାକୁ ବିରୋଧୀ କହିଛନ୍ତି ।  ଅଗ୍ନି ନିରାପତ୍ତା ବ୍ୟବସ୍ଥାରେ ଗୁରୁତର ତ୍ରୁଟି ଯୋଗୁଁ ଏଭଳି ବଡ଼ ଦୁର୍ଘଟଣା ଘଟିଥିବା ବିରୋଧୀ ଦଳ ଅଭିଯୋଗ କରିଛନ୍ତି ।

Share