ଭୁବନେଶ୍ବର: ଗଞ୍ଜାମ ଜିଲ୍ଲାରେ ଘଟିଛି ଅଘଟଣ । ଘୁଷୁରୀ ଚରାଉଥିବା ବେଳେ ହୋଇଛି ଅଘଟଣ । ବୋମାରେ ପାଦ ପଡ଼ି ଜଣେ ମୃତ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ମଥୁରା ଗାଁ ପୋଖରୀ ନିକଟରେ ପଡ଼ିଥିଲା ବାଣ । କେହି ଶିକାରୀ ବନ୍ୟଜନ୍ତୁ ଶିକାର ପାଇଁ ହାତ ବୋମା ଖଞ୍ଜିଥିଲା । ହେଲେ ଜଣଙ୍କର ଜୀବନ ଯିବ ବୋଲି ସେ ଜାଣିନଥିଲା । ମଳାଭଣଞ୍ଜା ବନ୍ଧସାହିର ଜି.ରାଜା ପୋଖରୀ ନିକଟରେ ଘୁଷୁରୀ ଚରାଉଥିବା ବେଳେ ବୋମା ଉପରେ ଚଢିଯାଇଥିଲେ ।
ବୋମା ବିସ୍ଫୋରଣ ପରେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ କେ ସି ଜି ସ୍ଥାନାନ୍ତର କରାଯାଇଥିଲା l ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଦିଗପହଣ୍ଡି ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ପୋଷ୍ଟମର୍ଟର ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି ପୋଲିସ୍ ।

