କାମାକ୍ଷାନଗର : ସଉଦା କିଣିବାକୁ ଆସି ପାଞ୍ଚଦିନ ତଳୁ ନିଖୋଜ ହୋଇଥିବା ଜଣେ ମହିଳାଙ୍କ ମୃତଦେହ ଠାବ ହୋଇଛି । ନିଖୋଜ ମହିଳା ଜଣକ ପରଜଙ୍ଗ ଥାନା ତୁଳସୀପଶି ଗାଁର ପାଞ୍ଚାଳୀ ନାଏକ ହୋଇଥିବା ଜଣାପଡିଛି ।ସୂଚନା ଅନୁସାରେ ପାଞ୍ଚାଳୀ ଆଜିକୁ ପାଞ୍ଚଦିନ ତଳେ ଘରୁ ବାହାରି ନିକଟରେ ଥିବା ଦୋକାନକୁ ସଉଦା କିଣିବାକୁ ଯାଇଥିଲେ । ମାତ୍ର ତାପରେ ସେ ଘରକୁ ଫେରିନଥିଲେ । ଯାହାକୁ ନେଇ ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ପାଞ୍ଚାଳୀଙ୍କ କୌଣସି ସନ୍ଧାନ ପାଇନଥିଲେ । ମାତ୍ର ଆଜି ଗାଁ ନିକଟରେ ଥିବା ଜଙ୍ଗଲରୁ ପାଞ୍ଚାଳୀଙ୍କ ମୃତଦେହ ଠାବ ହୋଇଛି । ଖବର ପାଇ ପରଜଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

