Baliguda

ଭୁବନେଶ୍ବର: ITDA ଯନ୍ତ୍ରୀଙ୍କ ବିଲଡିଂ ନିଶା । ବାଲିଗୁଡା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ କଟକ ଭିଜିଲାନ୍ସର ଚଢ଼ାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲିଗୁଡ଼ା ITDAର ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଏକକାଳୀନ ୯ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ । ଭୁବନେଶ୍ୱର ସ୍ପେଶାଲ ଭିଜିଲାନ୍ସ କୋର୍ଟଙ୍କ ସର୍ଚ୍ଚ ୱାରେଣ୍ଟରେ ଭିଜିଲାନ୍ସର ୨ ଜଣ ଅତିରିକ୍ତ ଏସପି, ୫ ଜଣ ଡିଏସପି ଏବଂ ୬ ଜଣ ଇନ୍ସପେକ୍ଟର ଖୋଳତାଡ଼ କରୁଛନ୍ତି ।

ନୀଳାଦ୍ରି ବିହାର ସ୍ଥିତ ଚାରି ମହଲା କୋଠା, ଶୈଳଶ୍ରୀ ବିହାର ସ୍ଥିତ ତିନି ମହଲା କୋଠା, କାନନ ବିହାର ଓ ଚନ୍ଦ୍ରଶେଖରପୁର ସ୍ଥିତ ଦୁଇଟି ଦୁଇ ମହଲା ବିଶିଷ୍ଟ କୋଠା ସମେତ ଯାଜପୁର ଧର୍ମଶାଳାର ପାଣ୍ଡୁଆରେ ଥିବା ପୈତୃକ ଦୁଇ ମହଲା ଘର, ବାରିପଦା ଦେଉଳସାହିରେ ଥିବା ସମ୍ପର୍କୀୟଙ୍କ ଘର ଏବଂ ବାଲିଗୁଡ଼ା ସ୍ଥିତ ସରକାରୀ ବାସଭବନ ଓ କାର୍ଯ୍ୟାଳୟରେ ଚଢ଼ଉ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ଚଢ଼ଉ ଶେଷ ହେବା ପରେ ମୋଟ ସମ୍ପତ୍ତିର ଆକଳନ ସ୍ପଷ୍ଟ ହେବ ବୋଲି ସୂଚନା ।

Share