ମହାପ୍ରଭୁଙ୍କୁ ସୁବିଧାରେ ଦର୍ଶନ କରାଇଦେବା ନାଁରେ ସୋସିଆଲ୍ ମିଡିଆରେ ବିଜ୍ଞାପନ ଘୁରି ବୁଲୁଛି । ଜଗନ୍ନାଥ ଧାମ ଦର୍ଶନ ଏବେ ଆହୁରି ସହଜ ନେଇ ବିଜ୍ଞାପନରେ ଦର୍ଶାଯାଇଛି। ଇଓ ଓଡ଼ିଶା ପକ୍ଷରୁ ବିଜ୍ଞାପନ ସୋସିଆଲ୍ ମିଡିଆରେ ପୋଷ୍ଟ କରାଯାଇଛି ।
ମହାପ୍ରଭୁଙ୍କୁ ସୁବିଧାରେ ଦର୍ଶନ କରାଇଦେବା ନାଁରେ ସୋସିଆଲ୍ ମିଡିଆରେ ବିଜ୍ଞାପନ ଘୁରି ବୁଲୁଛି । ଜଗନ୍ନାଥ ଧାମ ଦର୍ଶନ ଏବେ ଆହୁରି ସହଜ ନେଇ ବିଜ୍ଞାପନରେ ଦର୍ଶାଯାଇଛି। ଇଓ ଓଡ଼ିଶା ପକ୍ଷରୁ ବିଜ୍ଞାପନ ସୋସିଆଲ୍ ମିଡିଆରେ ପୋଷ୍ଟ କରାଯାଇଛି । ପ୍ରଶାସନ କୌଣସି ବ୍ୟକ୍ତି କିମ୍ବା ସଂସ୍ଥାକୁ ଟଙ୍କା ଦେଇ ଭିଆଇପି ଦର୍ଶନ ସୁବିଧା ଦେବାର ଅଧିକାର ଦେଇ ନାହିଁ ।“ଇଓଓଓଡିଶା” ନାମକ ସଂସ୍ଥା ଦ୍ୱାରା ଦିଆଯାଇଥିବା ଏହି ବିଜ୍ଞାପନ ସମ୍ପୂର୍ଣ୍ଣ ମିଥ୍ୟ ଏବଂ ସାଧାରଣ ଲୋକଙ୍କୁ ଠକେଇ କରିବା ପାଇଁ କରାଯାଇଛି । ତେଣୁ ସାଧାରଣ ଲୋକଙ୍କୁ ଏପରି ପ୍ରକାରର ବିଜ୍ଞାପନ ଉପରେ ବିଶ୍ୱାସ ନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।

