କଟକ: ଏଣିକି ରକ୍ତ ପରୀକ୍ଷା ପାଇଁ କିମ୍ବା ରିପୋର୍ଟ ସଂଗ୍ରହ ପାଇଁ ଆଉ ଲାଇନରେ ଠିଆ ହେବାକୁ ପଡିବନି । ଆସିବ ରିପୋର୍ଟ । ଖୁବଶୀଘ୍ର କଟକ ଏସସିବି ମେଡିକାଲର ଦ୍ୱିତୀୟ କ୍ୟାମ୍ପସରେ ଏହି ମାଗଣା ସୁବିଧା ପାଇବେ ରୋଗୀ । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।
କଟକ ବଡ଼ ମେଡିକାଲକୁ ଦୈନିକ ହଜାର ହଜାର ରୋଗୀ ବିଭିନ୍ନ ସ୍ଥାନରୁ ଚିକିତ୍ସିତ ହେବା ପାଇଁ ଆସୁଛନ୍ତି । ସବୁଠାରୁ ବଡ଼ କଷ୍ଟ ହେଉଛି ବଡ଼ ମେଡିକାଲରେ ରକ୍ତ ପରୀକ୍ଷା କରାଇବା । ବିଶେଷକରି ରୋଗୀଙ୍କ ରକ୍ତକୁ ରକ୍ତ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବା ପାଇଁ ପ୍ରତ୍ୟେକ ଦିନ ଲାଗେ ଲମ୍ବା ଲାଇନ । ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରକ୍ତ ପରୀକ୍ଷା ପାଇଁ ଦେବାକୁ ପଡେ । ରକ୍ତ ପରୀକ୍ଷା ରିପୋର୍ଟ ଆଣିବାକୁ ମଧ୍ୟ ସମାନ କଷ୍ଟ ହୋଇଥାଏ । ଏଥିସହ ସେହି ଗୋଟିଏ ଦିନ ଡାକ୍ତରଙ୍କୁ ଦେଖାଇବା ବହୁ ଚାଲେଞ୍ଜ ହୋଇଥାଏ । ଜଣେ ଜଟିଳ ରୋଗୀଙ୍କ ପାଇଁ ଏହା ବହୁ ଯନ୍ତ୍ରଣା ଦାୟକ ରହିଥାଏ ।

