ରେଳ ଯାତ୍ରୀଙ୍କୁ ସୁରକ୍ଷା ଦେବ AI ରୋବଟ, RPFରେ ସାମିଲ ହେଲା DSC ଅର୍ଜୁନ

Robet

ଭୁବନେଶ୍ବର : ଏଣିକି ଷ୍ଟେସନ ଜଗିବ RPFର ନୂଆ ରୋବୋଟିକ ଅଫିସର । ରେଲୱେ ପ୍ରୋଟେକ୍ସନ ଫୋର୍ସରେ ଯୋଡିହେଲା DSC ଅର୍ଜୁନ । ପୂର୍ବତଟ ରେଳ ପକ୍ଷରୁ ଆରମ୍ଭ ହୋଇଛି ଏଆଇ ରୋବଟ । ରେଳଯାତ୍ରୀଙ୍କ ସୁରକ୍ଷା ପାଇଁ ରୋବଟ ଜରିଆରେ ଅପରାଧିକ ଗତିବିଧି ଓ ଅଘଟଣ ଉପରେ ନଜର ରଖିବାକୁ ଆରମ୍ଭ ହୋଇଛି ଏହି ରୋବୋ ଅଫିସର ବ୍ୟବହାର । ଯାହାର ନାମ ରହିଛି DSC ଅର୍ଜୁନ । ଷ୍ଟେସନରେ ବୁଲୁଥିବା ଆଣ୍ଟି ସୋସିଆଲ ବା ଅପରାଧି ଙ୍କୁ କ୍ୟାମେରା ଜରିଆରେ ଟ୍ରାପ କରିବ । ତୁରନ୍ତ ସେମାନଙ୍କ ସୂଚନା ଅଫିସରଙ୍କୁ ଦେବ।

କେହି ମୋବାଇଲ୍ ବା ପର୍ସ୍ ଝମ୍ପିବା ଭଳି କାର୍ଯ୍ୟ କଲେ ବା ଭିଡ଼ ଠେଲାପେଲା ଭଳି ପରିସ୍ଥିତି ବା ନିଆଁ ଲାଗିବା ଭଳି ପରିସ୍ଥିତି ଉପୁଜିଲେ ତୁରତ ଆଲାର୍ମ ଦେବ । ଯାତ୍ରୀଙ୍କ ସୁରକ୍ଷା ପାଇଁ ରୋବଟରେ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର କରାଯାଇଛି । ୭ ଟି 360 କାମେରା ଲାଗିଛି । ଏନେଇ ୪୦ ଲକ୍ଷ ଟଙ୍କା ବ୍ୟୟରେ ବିଶାଖାପାଟଣାର ଏକ ସଂସ୍ଥା ରୋବୋକପଲର ସହ ପୂର୍ବତଟ ରେଳବାଇର ବୁଝାମଣା ହୋଇଛି । ପ୍ରଥମ ପର୍ଯ୍ୟାୟରେ ବାହୁଡା଼ ଯାତ୍ରା ପର୍ଯ୍ୟନ୍ତ ପୁରୀ ରେଲୱେ ଷ୍ଟେସନରେ ରଖାଯିବ ।

ପରେ ଭୁବନେଶ୍ବର ରେଳୱେ ଷ୍ଟେସନ୍ ରଖାଯିବ । ସେଫ୍ଟି , ସିକ୍ୟୁରିଟି, ସର୍ଭିଲାନ୍ସ ଉପରେ ଗୁରୁତ୍ୱ ଦେବ DSC ଅର୍ଜୁନ । ଟ୍ରେନ ଷ୍ଟେସନ ଆସିବା ପୂର୍ବରୁ ଦେବ ସୂଚନା ଦେବ। ରୋବୋଟ ଦେହରେ ଲାଗିଥିବା ସିସିଟିଭି ଯାତ୍ରୀଙ୍କ ଗତିବିଧି ନଜର ରଖିବା ସହ ରୋବୋଟକୁ ଫିଡ କରାଯାଇଥିବା ଅପରାଧଙ୍କ ଫଟୋ ଯଦି ଷ୍ଟେସନର ଲୋକ ସହ ମ୍ୟାଚ କରେ ତୁରନ୍ତ ଆଲର୍ଟ କରିବ ।

Share