ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍ ଖୋଲିଲା, ୧୬ ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ

Hirakud dam pic

ସମ୍ବଲପୁର  : ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୪ ଗେଟ୍ । ପୂର୍ବରୁ ୧୨ ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ହେଉଥିଲା ।  ବର୍ତ୍ତମାନ ୧୬ ଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି । ବାମ ପାର୍ଶ୍ବରୁ ୧୧ଟି ଓ ଡାହାଣ ପାର୍ଶ୍ବରୁ ୫ଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଆଉ ୪ଟି ଗେଟ୍ ଖୋଲାଯାଇଛି ।  ବର୍ତ୍ତମାନ ହୀରାକୁଦ ଜଲଭଣ୍ଡାର ର ଜଲସ୍ତର ୬୧୪.୨୩ ରହିଛି । ପ୍ରତି ସେକେଣ୍ଡ ରେ ଜଳଭଣ୍ଡାରକୁ ୩ ଲକ୍ଷ ୧୪ ହଜ଼ାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୨ ଲକ୍ଷ ୯ ହଜ଼ାର ୯୨୦ କ୍ୟୁସେକ ଜଳ ଜଳଭଣ୍ଡାରରୁ ମହାନଦୀକୁ ନିଷ୍କାସନ କରାଯାଉଛି l

ଗତ ଜୁଲାଇ ୯ତାରିଖରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହୋଇଥିଲା । ପ୍ରଥମ ଦିନରେ ପର୍ଯ୍ୟାୟ କ୍ରମେ ଖୋଲିବାକୁ ପଡ଼ିଥିଲା 10ଟି ଗେଟ୍ । ହୀରାକୁଦ ଜଲଭଣ୍ଡାରର ଉପରମୁଣ୍ଡ ମହାନଦୀ ଅବବାହିକାରେ ଲଗାଣ ବର୍ଷା ଯୋଗୁଁ କ୍ରମାଗତ ଭାବେ ହୀରାକୁଦର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଥିଲା । ହୀରାକୁଦ ଡ୍ୟାମ୍ ର “ରୁଲ କର୍ଭ” ଅନୁସାରେ ଜୁଲାଇ ମାସରେ ଜଳଭଣ୍ଡାର ଜଳସ୍ତର 605ରୁ 607 ଫୁଟ୍ ରହିବା କଥା । ତେଣୁ ନଦୀବନ୍ଧର ସୁରକ୍ଷା ଦୃଷ୍ଟିରୁ ତଥା ରୁଲ କର୍ଭ ଅନୁସାରେ ଜଳସ୍ତରକୁ ବଜାୟ ରଖିବାକୁ ବନ୍ୟାଜଳ ନିଷ୍କାସନ କରିବାକୁ ବନ୍ଧ କର୍ତ୍ତୃପକ୍ଷ ନିଷ୍ପତ୍ତି ଗ୍ରହଣ କରିଥିଲେ । ତେଣୁ ସେହି ନିଷ୍ପତ୍ତି ମୁତାବକ ଆଜି ମଧ୍ୟ ବିଭିନ୍ନ ପର୍ଯ୍ୟାୟରେ ୪ ଟି ସ୍ଲୁଇସ୍ ଗେଟ୍ ଖୋଲିଥିବା ସୂଚନା ମିଳିଛି ।

Share