ଗଛରେ ପିଟି ହେଲା ଥାର୍, ଚାଲିଗଲା ଗୋଟିଏ ପରିବାରର ୩ ଜୀବନ, ଜଣେ ଗୁରୁତର

Thar v

ଯୋଡ଼ା : ଗଛକୁ ପିଟିଲା ଥାର୍ , ଚାଲିଗଲା ୩ ଜୀବନ। ମୃତକମାନେ ହେଲେ ଗୋଟିଏ ପରିବାରର ବାପା, ମାଆ ଓ ଦାଦା । ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କେନ୍ଦୁଝର ଚମ୍ପୁଆ ନିକଟସ୍ଥ ରଜିଆ ନିକଟ୨୦ ନମ୍ବର ଜାତୀୟ ରାଜପଥ ଉପରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ।

ଗତକାଲି ରାତି ପ୍ରାୟ ୧୦ଟା ବେଳେ ସିଜୁକଳା ଗ୍ରାମର ତ୍ରୀଲୋଚନଙ୍କ ପେଟ ବଥା ହେବାରୁ ତାକୁ ଏକ ଥାର୍ ଗାଡ଼ିରେ ପୁଅ ରଞ୍ଜିତ ସ୍ତ୍ରୀ କଇଫୁଲ ଓ କକା ଭାସ୍କର ଚମ୍ପୁଆ ଡାକ୍ତର ଖାନା ଆଣୁଥିଲେ । ରଜିଆ ନିକଟରେ ଦ୍ରୁତ ଗତିରେ ଆସୁଥିବା ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଏକ ଆମ୍ବ ଗଛରେ ପିଟି ହୋଇଥିଲା । ଦୁର୍ଘଟଣାରେ ଘଟଣାସ୍ଥଳରେ କକା ଭାସ୍କର ମୃତ୍ୟୁ ବରଣ କରିଥିବା ବେଳେ ସ୍ଥାନୀୟ ଲୋକେ ଚମ୍ପୁଆ ଅଗ୍ନିଶମ ବିଭାଗ ସହାୟତାରେ ଅନ୍ୟ ତିନି ଜଣକୁ ଉଦ୍ଧାର କରି ଚମ୍ପୁଆ ଡାକ୍ତରଖାନା ଆଣିଥିଲେ। ସେଠାରେ ଆହତ ତିନି ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସ୍ଥାନାନ୍ତର ବେଳେ ରାସ୍ତାରେ ବାପା ତ୍ରୀଲୋଚନ ଓ ମା କଇଫୁଲଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା । ଗୁରୁତର ଅବସ୍ଥାରେ ରଞିତକୁ କେନ୍ଦୁଝର ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ଚମ୍ପୁଆ ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Share