ବାଇକ ଧକ୍କାରେ ୨ ମୃତ

Accident

ଆନନ୍ଦପୁର: ବାଇକ ଦୁର୍ଘଟଣାରେ ୨ ମୃତ । ଆନନ୍ଦପୁର ଥାନା ସିଙ୍ଗଡୋଭ ନିକଟରେ ବାଇକ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ହାଟଡିହି ବ୍ଲକ ଯଶୋବନ୍ତପୁର ଗାଁର ଜ୍ଞାନ ରଞ୍ଜନ ସାହୁ ଓ ସିଙ୍ଗଡୋଭ ଗାଁର ମହିଳା ବୁଲ ବେହେରା । ସୂଚନା ଅନୁସାରେ, ସିଙ୍ଗଡୋଭ ନିକଟରେ ଜଣେ ମହିଳା ଶୌଚ ପାଇଁ ରାସ୍ତା ପାର ହେଉଥିବା ସମୟରେ ଏକ ଦ୍ରୁତଗତି ବାଇକ ତାଙ୍କୁ ଧକ୍କା ଦେଇଥିଲା । ଧକ୍କା ଏତେ ଜୋରଦାର ଥିଲା ଯେ, ଘଟଣାସ୍ଥଳରେ ହିଁ ଉଭୟ ମହିଳା ଓ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିଲା ।

ମୃତ ବାଇକ ଚାଳକ ଜଣେ ପୋଲିସ କର୍ମଚାରୀ ବୋଲି ଜଣାପଡ଼ିଛି । ଖବର ପାଇ ଆନନ୍ଦପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣାର ପ୍ରକୃତ କାରଣ କଣ, ବାଇକର ବେଗ କେତେ ଥିଲା ଏବଂ କେଉଁ ପରିସ୍ଥିତିରେ ଏହି ଅଘଟଣ ଘଟିଲା, ସେନେଇ ପୋଲିସ ତଦନ୍ତ ଚଳାଇଛି ।  ଗୋଟିଏ ମୁହୂର୍ତ୍ତର ଅସାବଧାନତା ଦୁଇଟି ପରିବାରରୁ ଛଡ଼ାଇ ନେଇଛି ଦୁଇଟି ଅମୂଲ୍ୟ ଜୀବନ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Share