ସମ୍ପ୍ରତି ଯୁବ ସମାଜ ବ୍ରାଉନ୍ ସୁଗାର, କୋକେନ୍, ସିନ୍ଥେଟିକ୍ ଓ ଇଞ୍ଜେକ୍ଟିଙ୍ଗ୍ ଡ୍ରଗ୍ସ ଭଳି ମାରାତ୍ମକ ନିଶା ଆଡ଼କୁ ଜାଣିଶୁଣି ବା ସଙ୍ଗଦୋଷରୁ ଆକୃଷ୍ଟ ହେବା ନେଇ ମୁଖ୍ୟମନ୍ତ୍ରୀ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ସରକାର ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛନ୍ତି, ଯାହାର ପରିଣାମସ୍ୱରୂପ ଭୁବନେଶ୍ୱରରୁ ସିନ୍ଥେଟିକ୍ ଡ୍ରଗ୍ସ ଜବତ କରାଯିବା ସହ ବାଲେଶ୍ୱରରେ ଡ୍ରଗ୍ସ ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଡ୍ରଗ୍ସ ମାଫିଆଙ୍କୁ ସ୍ପଷ୍ଟ ଚେତାବନୀ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯୁବସମାଜକୁ ନିଶା ବିଷ ଦେବାରୁ ନିବୃତ୍ତ ନ ରହିଲେ ବୁଲଡୋଜର ଆକ୍ସନ୍ ଭଳି ଅତ୍ୟନ୍ତ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରୁହନ୍ତୁ। ଜୀବନ ଅତ୍ୟନ୍ତ ମୂଲ୍ୟବାନ୍ ହୋଇଥିବାରୁ ସମସ୍ତ ଯୁବସାଥୀ ‘Say No to Drugs’ ଶପଥ ନେଇ ନିଜକୁ ଏହି ନର୍କରୁ ଦୂରେଇ ରଖିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।
ପରିଶେଷରେ ମୁଖ୍ୟମନ୍ତ୍ରୀ ସମସ୍ତ ଶିକ୍ଷାନୁଷ୍ଠାନ, ଯୁବ ସଂଗଠନ, NSS, MY Bharat ସ୍ୱେଚ୍ଛାସେବୀ, ଶିଳ୍ପାନୁଷ୍ଠାନ, ବେସରକାରୀ ସଂଗଠନ ଓ ଗଣମାଧ୍ୟମକୁ ଏକଜୁଟ ହୋଇ “ନିଶାକୁ ନା ଏବଂ ଜୀବନ ଓ ପ୍ରଗତିକୁ ହଁ” ନାରା ସହ ଏହି ଜନ-ଆନ୍ଦୋଳନକୁ ସଫଳ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ନିଜ ଅଭିଭାଷଣରେ ଯୁବଶକ୍ତିର ସାମର୍ଥ୍ୟ ଓ ଶୃଙ୍ଖଳା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟର ବିଦ୍ୟାଳୟ, ମହାବିଦ୍ୟାଳୟ, MY Bharat ଯୁବ କ୍ଲବ, NSS ଓ କ୍ରୀଡ଼ା ହଷ୍ଟେଲଗୁଡ଼ିକର ଛାତ୍ରଛାତ୍ରୀମାନେ ହିଁ ଏହି ନିଶାମୁକ୍ତି ଆନ୍ଦୋଳନର ପ୍ରମୁଖ ନାୟକ। ଏହି ଐତିହାସିକ ଅଭିଯାନକୁ ସମଗ୍ର ଓଡ଼ିଶାରେ ଅପୂର୍ବ ପ୍ରତିକ୍ରିୟା ମିଳିଛି। ରାଜ୍ୟର ୪୫୩ଟି ନିର୍ଦ୍ଦିଷ୍ଟ କେନ୍ଦ୍ରରେ ଏହାର ସୀଧାପ୍ରସାରଣ (Live Streaming) କରାଯାଇଥିବା ବେଳେ ୧.୬ ଲକ୍ଷରୁ ଊର୍ଦ୍ଧ୍ୱ ଦର୍ଶକ ଓ ଯୁବପିଢ଼ି ଏକତ୍ରିତ ହୋଇ ଏହି ମହତ୍ ଆନ୍ଦୋଳନରେ ସାମିଲ ହୋଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ କ୍ରୀଡା ବିଭାଗ ଶାସନ ସଚିବ ଭୂପେନ୍ଦ୍ର ସିଂହ ପୁନିଆ ସ୍ୱାଗତ ଭାଷଣ ଦେଇଥିବା ବେଳେ ବିଭାଗୀୟ ନିର୍ଦ୍ଦେଶକ ୟେଦୁଲ୍ଲା ବିଜୟ ଧନ୍ୟବାଦ ଦେଇଥିଲେ।

