ମାଲକାନଗିରି: ମାଲକାନଗିରିରେ ପୁଣି ମାଓ ଡମ୍ପ ଠାବ । ମାଥିଲି ଥାନା ଅନ୍ତର୍ଗତ କିରିମିଟି ଜଙ୍ଗଲରୁ ବଡ଼ ମାଓ ଡମ୍ପ ଠାବ କରିଛନ୍ତି ଯବାନ । ତିନୋଟି ଦେଶି ବନ୍ଧୁକ, ଚାରୋଟି ଲ୍ୟାଣ୍ଡମାଇନ, ଦୁଇଟି କ୍ଳେମର ମାଇନ, ଡେଟୋନେଟର, ନକ୍ସଲ ପୋଷାକ ଓ ପ୍ରଚାର ପତ୍ର ଜବତ କରାଯାଇଛି । ଏସଓଜି ଓ ଡିଭିଏଫ ବାହିନୀର ମିଳିତ କମ୍ବିଂ ଅପରେସନ ବେଳେ ସିଲାକୋଟା ଓ କିରିମିଟି ଜଙ୍ଗଲରୁ ଏହି ସବୁ ମାଓ ସାମଗ୍ରୀ ଜବତ ହୋଇଛି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୂଚନା ଆଧାରରେ ମାଓ ଡମ୍ପ ଠାବ କରାଯାଇଥିବା କହିଛନ୍ତି ମାଲକାନଗିରି ଏସପି । ସୁରକ୍ଷାକର୍ମୀଙ୍କ ସୂଚନା ଅନୁସାରେ, ସିଲାକୋଟା ଓ କିରିମିଟି ଜଙ୍ଗଲ ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ନେଇ ଅପରେସନ ଜାରି ରହିଥିଲା । ଏହି ସମୟରେ ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ମାଓ ସାମଗ୍ରୀ ଠାବ କରାଯାଇଥିଲା । ଡମ୍ପରୁ ତିନୋଟି ଦେଶୀ ବନ୍ଧୁକ, ଚାରୋଟି ଲ୍ୟାଣ୍ଡମାଇନ, ଦୁଇଟି କ୍ଲେମର ମାଇନ, ଡେଟୋନେଟର ସହ ମାଓବାଦୀଙ୍କ ପୋଷାକ ଓ ବିଭିନ୍ନ ପ୍ରଚାରପତ୍ର ଜବତ ହୋଇଛି ।
