ବିଶ୍କେକ୍: ସାଂଘାଇ ସହଯୋଗ ସଂଗଠନ (ଏସସିଓ)ଶିଖର ସମ୍ମିଳନୀ ଅବସରରେ କିର୍ଗିଜସ୍ତାନର ରାଜଧାନୀ ବିଶକେକ୍ରେ ସୋମବାର ପ୍ରଧାନମନ୍ତ୍ରୀ ମୋଦୀ ରୁଷ୍ ରାଷ୍ଟ୍ରପତି ପୁଟିନଙ୍କୁ ସାକ୍ଷାତ୍ କରିଛନ୍ତି। ଏହା ସହ ମୋଦୀ ଇରାନ ରାଷ୍ଟ୍ରପତି ମସୁଦ ପେଜେସ୍କିଆନଙ୍କୁ ମଧ୍ୟ ଭେଟିଛନ୍ତି। ଦୁଇଟି ଦ୍ୱିପାକ୍ଷିକ ବୈଠକରେ ଭାରତର ରୁଷ୍ ଓ ଇରାନ ସହ ସମ୍ପର୍କ ସମେତ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ମୋଦୀ-ପୁଟିନ ସାକ୍ଷାତ୍ ଏସ୍ସିଓ ସମ୍ମିଳନୀର ପାର୍ଶ୍ୱରେ ହୋଇଥିଲା। ରୁଷ୍ ପକ୍ଷରୁ ଭାରତ ସହ ସମ୍ପର୍କ ଆହୁରି ମଜଭୁତ ହେଉଥିବା ନେଇ ପୁଟିନଙ୍କ ମତ ଦେଇଥିଲେ। ଏହି ସାକ୍ଷାତ୍ରେ ଦୁଇ ଦେଶର ସହଯୋଗର ବିଭିନ୍ନ ଦିଗ ଉପରେ ଚର୍ଚ୍ଚା ହୋଇଥିଲା। ଏହା ସହ ଏସ୍ସିଓରେ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ମଧ୍ୟ ଉପସ୍ଥିତ ଅଛନ୍ତି। ପୁଟିନ ଓ ସି ଜିନ୍ପିଙ୍ଗ୍ଙ୍କ ମଧ୍ୟରେ ମଧ୍ୟ ପାର୍ଶ୍ୱ ବୈଠକ ହୋଇଛି।
