ପ୍ଲାଷ୍ଟିକ୍ ମୁକ୍ତ ବାଲିଯାତ୍ରା ପାଇଁ ଲୋକଙ୍କ ସହଯୋଗ ଲୋଡ଼ିଲେ ମନ୍ତ୍ରୀ

Baliyatra 8 2025 09 26 09 52 55

କଟକ : ଏବର୍ଷ ସମ୍ପୂର୍ଣ୍ଣ ‘ପ୍ଲାଷ୍ଟିକ୍ ମୁକ୍ତ ବାଲିଯାତ୍ରା’ ଆୟୋଜନ ଉପରେ ଗୁରୁତ୍ୱ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ପ୍ରସ୍ତୁତି ଓ ସମୀକ୍ଷା ବୈଠକରେ ଏହି ନିଷ୍ପତି ହୋଇଛି । ପ୍ଲାଷ୍ଟିକ ମୁକ୍ତ ବାଲିଯାତ୍ରା ପାଇଁ ଲୋକମାନଙ୍କୁ ସଚେତନ କରାଯିବ ।

ପରିବେଶ ସ୍ୱଚ୍ଛତାକୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ସବୁ ବିଭାଗ ସହ ସମନ୍ୱୟ ରଖି ଏହାକୁ କାର୍ଯ୍ୟକାରୀ କରାଯିବ । ସାଧାରଣ ଲୋକଙ୍କ ସହଯୋଗ ଆବଶ୍ୟକ ବୋଲି ବିଭାଗୀୟ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି ।

Share