ଉଦ୍ଧାର ହେଲେ ୧୦୧ ନିଖୋଜ ଶିଶୁ, ୭ ଦିନ ଧରି ଚାଲିଥିଲା ସ୍ବତନ୍ତ୍ର ଅପରେସନ

Child wing

ଭୁବନେଶ୍ୱର : ମା’ କୋଳକୁ ଫେରିଲେ ନିଖୋଜ ଶିଶୁ ।  ଦୀର୍ଘ ଦିନ ପରେ ଘରକୁ ଫେରିଲେ ୧୦୧ ନିଖୋଜ ଶିଶୁ ।  ଏଥିପାଇଁ ସାତ ଦିନ ଧରି ଚାଲିଥିଲା ସ୍ବତନ୍ତ୍ର ଅପରେସନ। ମହିଳା ଓ ଶିଶୁ ଅପରାଧା ଶାଖା ପକ୍ଷରୁ ଜାରି ରହିଥିଲା ଅପରେସନ। ବିଭିନ୍ନ ରେଞ୍ଜରେ ଦୁଇଟି ଲେଖାଏଁ ଟିମ୍ ଗଠନ କରି ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍।

ଉଦ୍ଧାର ଶିଶୁଙ୍କ ମଧ୍ୟରେ ଅଛନ୍ତି ୫୨ଜଣ ଝିଅ ଓ ୪୯ଜଣ ପୁଅ। ୧୭ଟି ଟିମ୍ ୧୭ଟି ଜିଲ୍ଲାରେ ଚଳାଇଥିଲା ଅପରେସନ୍। ଉଦ୍ଧାର ହୋଇଥିବା ଶିଶୁଙ୍କୁ ତାଙ୍କ ଘରେ ପହଞ୍ଚାଯାଇଛି। ସେହିପରି ପଡୋଶୀ ରାଜ୍ୟରେ ୧୪୭ ଜଣ ଓଡ଼ିଆ ଶିଶୁ ଫସି ରହିଛନ୍ତି। ଏମାନେ ସମସ୍ତେ ଗଜପତି ,କୋରାପୁଟ ଓ ରାୟଗଡ଼ା ସୀମାନ୍ତବର୍ତ୍ତୀ ଜିଲ୍ଲାର। ପିଲାମାନଙ୍କ ବାପା ମା ଙ୍କ ସହ ଯୋଗାଯୋଗ କରି ସେମାନଙ୍କ ତାଲିକା ପ୍ରସ୍ତୁତ ହେଉଛି। ଖୁବଶୀଘ୍ର ଉଦ୍ଧାର ପାଇଁ ପ୍ରକ୍ରିୟା ଆରମ୍ଭ ହେବ।

Share