ଚୀନ୍‌ ବନ୍ଦରରେ ମାଲବାହୀ ଜାହାଜରେ ନିଆଁ: ୨୦ ମୃତ, ୫ ନିଖୋଜ

41 2026 639246427935084935

ବେଜିଂ: ଚୀନ୍‌ର ଏକ ବନ୍ଦରରେ ଏକ ମାଲବାହୀ ଜାହାଜରେ ନିଆଁ ଲାଗିବା ଯୋଗୁ ୨୦ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୫ ଜଣ ନିଖୋଜ ଅଛନ୍ତି। ଜାହାଜଟି ଉତ୍ତର-ପୂର୍ବ ଚୀନ୍ ଉପକୂଳରେ ଥିବା ଏକ ପ୍ରମୁଖ ଜାହାଜ ଚଳାଚଳ କେନ୍ଦ୍ର କ୍ୱିଂଡାଓ ବନ୍ଦରରେ ବେହାଇ ଜାହାଜ ନିର୍ମାଣ କମ୍ପାନିରେ ମରାମତି ପାଇଁ ଡକିଂ କରାଯାଇଥିଲା।

ଅଗ୍ନିକାଣ୍ଡ ସ୍ଥାନୀୟ ସମୟ ଅନୁଯାୟୀ, ସକାଳ ୧୧ଟାରେ ଘଟିଥିଲା ଓ ଅପରାହ୍ଣ ୨ଟା ୩୦ ସୁଦ୍ଧା ନିଆଁକୁ ଆୟତ୍ତକୁ ଅଣାଯାଇଥିଲା। ଜାହାଜରେ ନିଖୋଜ ଲୋକଙ୍କୁ ତୁରନ୍ତ ଉଦ୍ଧାର କରିବା ପାଇଁ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ ନିର୍ଦ୍ଦେଶ ଜାରି କରିଛନ୍ତି। ଚୀନ୍‌ ପ୍ରଧାନମନ୍ତ୍ରୀ ଲି କ୍ୱିଆଙ୍ଗ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ କହିଛନ୍ତି।

Share