ପିଏମ୍ ମୋଦୀଙ୍କ ଓଡ଼ିଶା ଗସ୍ତସୂଚୀ, ୨୫ ତାରିଖ ଅପରାହ୍ନରେ ଖୋର୍ଦ୍ଧା ଆର୍ ବିଆଇ କାର୍ଯ୍ୟକ୍ରମରେ ଯୋଗଦେବେ

Pm modi

ଭୁବନେଶ୍ବର : ଆସିଲା ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତସୂଚୀ । ୨୫ ତାରିଖ ଅପରାହ୍ନ ୪ଟା ୧୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୪ଟା ୧୫ରେ ହେଲିକପ୍ଟରରେ ଖୋର୍ଦ୍ଧାକୁ ବାହାରି ୪ଟା ୩୫ରେ ପହଞ୍ଚିବେ ।

ଖୋର୍ଦ୍ଧା ହେଲିପେଡରୁ ବାହାରି ୪ଟା ୪୫ରେ ଖୋର୍ଦ୍ଧା ଆର୍ ବିଆଇ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିବେ । କାର୍ଯ୍ୟକ୍ରମରେ ଘଣ୍ଟାଏ ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ । ୪ଟା ୪୫ ରୁ ୫ ଟା ୪୫ ଯାଏ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । ୫ ଟା ୫୦ରୁ ବାହାରି ସଡ଼କ ପଥରେ ଫେରିବେ । ପରେ ଭୁବନେଶ୍ୱର ବିମାନ ବନ୍ଦରରେ ୬ଟା ୩୦ରେ ପହଞ୍ଚି ଦିଲ୍ଲୀ ଫେରିଯିବେ ।

ପ୍ରାୟ ୧୭୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଅତ୍ୟାଧୁନିକ ଡାଟା ସେଣ୍ଟର ଦେଶର ବ୍ୟାଙ୍କିଙ୍ଗ୍ ଓ ଆର୍ଥିକ ବ୍ୟବସ୍ଥାର ଡିଜିଟାଲ୍ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହେବ। ଜଟଣୀ ଇନ୍ ଫୋ ଭ୍ୟାଲି-୨ରେ ୧୮.୫୫ ଏକର ଜମିରେ ଏହି ଗ୍ରୀନ୍ ଫିଲ୍ଡ ଡାଟା ସେଣ୍ଟର ନିର୍ମାଣ କରାଯାଇଛି । ପ୍ରକଳ୍ପ ପାଇଁ ପ୍ରାୟ ୧୬୯ରୁ ୧୭୦ କୋଟି ଟଙ୍କା ବ୍ୟୟ ହୋଇଛି । ମହାରାଷ୍ଟ୍ରର ନଭି ମୁମ୍ବାଇସ୍ଥିତ ଖାରଘରରେ ଥିବା RBIର ପ୍ରାଥମିକ ଡାଟା ସେଣ୍ଟର ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିକଳ୍ପ ବ୍ୟାକ୍ ଅପ୍ କେନ୍ଦ୍ର ଭାବେ କାର୍ଯ୍ୟ କରିବ।

Share