ପ୍ରେମୀ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ, ଦୁହିଁଙ୍କୁ ବାନ୍ଧିଲା ପୁଲିସ

Murder case

ଅନୁଗୁଳ: ନିଜ ପ୍ରେମ ପାଇଁ ସ୍ବାମୀକୁ ମାରିଦେଲା ସ୍ତ୍ରୀ । ସ୍ତ୍ରୀ ନିଜ ପ୍ରେମିକ ସହ ସ୍ବାମୀକୁ ମାରିଦେଲା । କୁରାଢ଼ିରେ ଅତି ନିର୍ମମ ଭାବେ ହତ୍ୟା କଲା ସ୍ତ୍ରୀ । ସ୍ୱାମୀକୁ ଚିକେନ୍ ତରକାରୀରେ ବିଷ ଦେଇ, ଗଳା ଚିପିବା ସହ କୁରାଢ଼ିରେ ହାଣି ହତ୍ୟା କଲା । ଘଟଣାରେ ପୋଲିସ ଅଭିଯୁକ୍ତ ସ୍ତ୍ରୀ ଏବଂ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି। ଅନୁଗୋଳ ଜିଲ୍ଲା ବାଗଡ଼ିଆ ଥାନା କଣଲୋଇ ଗାଁରେ ଅଭାବନୀୟ ଘଟଣା । ଦିଲ୍ଲୀପ ସେଠୀଙ୍କ ସ୍ତ୍ରୀ ସୌଦାମିନୀଙ୍କ ସହ ନୂଆଗାଁ ବଡ଼ସାହିର ଖଗେଶ୍ୱରଙ୍କର ଅବୈଧ ପ୍ରେମ ସମ୍ପର୍କ ଥିଲା । ଏହାକୁ ନେଇ ଦିଲ୍ଲୀପ ପ୍ରତିରୋଧ କରୁଥିଲେ । ସ୍ତ୍ରୀ ଓ ତାଙ୍କ ପ୍ରେମକି ଉଭୟ ତାଙ୍କୁ ରାସ୍ତାରୁ ହଟାଇବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ।

ଗାଁରେ ଅପେରା ଚାଲୁଥିବା ବେଳେ ଯୋଜନା ମୁତାବକ ଦିଲ୍ଲୀପଙ୍କୁ ହତ୍ୟା କରାଯାଇଥିଲା । ଚିକେନ୍ ତରକାରୀରେ ମୂଷା ମାରିବା ବିଷ ମିଶାଇ ଖାଇବାକୁ ଦେଇଥିଲେ ସ୍ତ୍ରୀ । ଦିଲ୍ଲୀପ ଅଚେତ ହୋଇପଡ଼ିବା ପରେ ତାଙ୍କ ଗଳା ଚିପିବା ସହ କୁରାଢ଼ିରେ ମୁଣ୍ଡକୁ ପ୍ରହାର କରି ହତ୍ୟା କରଥିଲେ ଅଭିଯୁକ୍ତ। ଏହାପରେ ପ୍ରମାଣ ନଷ୍ଟ ଓ ନିଜକୁ ନିର୍ଦ୍ଦୋଷ ଦର୍ଶାଇବା ଲାଗି ଉଭୟେ ଅପେରା ଦେଖିବାକୁ ଚାଲିଯାଇଥିଲେ। ରାତି ପ୍ରାୟ ୨ଟା ୪୦ରେ ଘରକୁ ଫେରି ଅଜଣା ଦୁର୍ବୃତ୍ତ ଆକ୍ରମଣ କରିଥିବା ଭଳି ନାଟକ କରିଥିଲେ । ମୃତକଙ୍କ ମାଆଙ୍କ ଅଭିଯୋଗ ଆଧାରରେ ବାଗଡ଼ିଆ ପୋଲିସ ଏବଂ ଅନୁଗୋଳ ସାଇଣ୍ଟିଫିକ୍ ଟିମ୍ ଘଟଣାର ଖୋଳତାଡ଼ କରି ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିବା ସହ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Share