ମର୍ମନ୍ତୁଦ ସଡକ ଦୁର୍ଘଟଣା: ଅଜଣା ଗାଡ଼ି ଧକ୍କାରେ ୩ ମୃତ

Dhenkanal

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସଦର ଥାନା ପୁରୁଣା କଟକ ସମ୍ବଲପୁର ରାସ୍ତାର କୋତ୍ତମ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ମୃତ୍ୟୁ ହୋଇଥିବା ଜଣାପଡିଛି । ଅଜଣା ଗାଡ଼ି ସ୍କୁଟିକୁ ଧକ୍କା ଦେବା ଫଳରେ ୩ ଜଣ ଯୁବକ ରାସ୍ତାରେ ଗୁରୁତର ଅବସ୍ଥାରେ ପଡ଼ିଥିଲେ ।

ଖବର ପାଇ ୧୦୮ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ୩ଜଣଙ୍କୁ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ । ୨ ଜଣଙ୍କର ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଥିଲାଵେଳେ ଅନ୍ୟ ଜଣଙ୍କୁ କଟକ ନେଉଥିବା ବେଳେ ରାସ୍ତାରେ ମୃତ୍ୟୁ ହୋଇଛି । ୩ ଜଣ ଯୁବକ ଏକ ସ୍କୁଟିରେ ଭୁବନେଶ୍ୱରରୁ ଅନୁଗୋଳ ଫେରୁଥିଲେ । କୋତ୍ତମ ଠାରେ ଏକ ଗାଡି ଧକ୍କା ଦେଇ ପଳାଇ ଯାଇଥିଲା । ମୃତକଙ୍କ ମଧ୍ୟରେ ରାସୋଳ ତଳ ସାହିର ଶିକ୍ଷା ପ୍ରସାଦ ସାହୁ ଅଛନ୍ତି । ଅନ୍ୟ ଦୁଇ ଜଣ ଅନୁଗୋଳର ହୋଇଥିବା ଜଣା ପଡ଼ିଥିବା ବେଳେ ପରିଚୟ ମିଳିପାରିନାହିଁ ।

Share