ବାତ୍ୟା ପାଇଁ ବଦଳିଲା OCS ମୁଖ୍ୟ ଲିଖିତ ପରୀକ୍ଷାର କାର୍ଯ୍ୟସୂଚୀ

Ocs odisha

ଭୁବନେଶ୍ୱର :  ବାତ୍ୟା ‘ଅର୍ଣ୍ଣବ’ ପାଇଁ ବଦଳିଲା ଓଡ଼ିଶା ସିଭିଲ୍ ସର୍ଭିସେସ୍ ବା OCS ମୁଖ୍ୟ ଲିଖିତ ପରୀକ୍ଷାର କାର୍ଯ୍ୟସୂଚୀ ।  ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଓଡ଼ିଶା ଲୋକସେବା ଆୟୋଗ ବା OPSC ଦୁଇଟି ପରୀକ୍ଷା ଦିନରେ ପରିବର୍ତ୍ତନ କରିଛି। ତେବେ ଅନ୍ୟ ସମସ୍ତ ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ତାରିଖରେ ହିଁ ଅନୁଷ୍ଠିତ ହେବ।

ପୂର୍ବରୁ ଅକ୍ଟୋବର ୨୯ ତାରିଖରେ ହେବାକୁ ଥିବା ଓଡ଼ିଆ ଓ ଇଂରାଜୀ ଭାଷା ପରୀକ୍ଷା ଏବେ ଅକ୍ଟୋବର ୩୧ ତାରିଖରେ ହେବ। ସେହିପରି ଅକ୍ଟୋବର ୩୦ ତାରିଖରେ ହେବାକୁ ଥିବା ପ୍ରବନ୍ଧ ପରୀକ୍ଷାକୁ ନଭେମ୍ବର ୫ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ନୂଆ କାର୍ଯ୍ୟସୂଚୀ ଅନୁସାରେ, ଅକ୍ଟୋବର ୩୧ ତାରିଖ ସକାଳେ ଓଡ଼ିଆ ଏବଂ ଅପରାହ୍ଣରେ ଇଂରାଜୀ ଭାଷା ପରୀକ୍ଷା ହେବ।

ନଭେମ୍ବର ୨ ତାରିଖରେ ଜେନେରାଲ୍ ଷ୍ଟଡିଜ୍ ପେପର୍-୧ ଓ ପେପର୍-୨, ନଭେମ୍ବର ୪ରେ ଜେନେରାଲ୍ ଷ୍ଟଡିଜ୍ ପେପର୍-୩ ଓ ପେପର୍-୪ ଅନୁଷ୍ଠିତ ହେବ। ନଭେମ୍ବର ୫ ତାରିଖ ସକାଳେ ପ୍ରବନ୍ଧ ପରୀକ୍ଷା ଏବଂ ନଭେମ୍ବର ୭ ତାରିଖରେ ଅପ୍ସନାଲ୍ ବା ଇଚ୍ଛାଧୀନ ବିଷୟର ଦୁଇଟି ପେପର୍ ପରୀକ୍ଷା ହେବ। ଅଗଷ୍ଟ ୨୯ ତାରିଖରେ ଜାରି ହୋଇଥିବା ପୂର୍ବ ବିଜ୍ଞପ୍ତିରେ ଆଂଶିକ ସଂଶୋଧନ କରି ଆୟୋଗ ଏହି ନୂଆ କାର୍ଯ୍ୟସୂଚୀ ଜାରି କରିଛି। ପରୀକ୍ଷାର୍ଥୀମାନଙ୍କୁ ପରିବର୍ତ୍ତିତ ତାରିଖ ଅନୁସାରେ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି।

Share