ନଭେମ୍ବର ୨୩ ତାରିଖ ସନ୍ଧ୍ୟାରେ ଅର୍ଥାତ୍ ଆଜି ଉତ୍ସବର ଶୁଭାରମ୍ଭ ହେବ। ଏହି ଅବସରରେ ଓଡ଼ିଶୀ ଓ ମାହାରୀ ନୃତ୍ୟ ପରିବେଷଣ ସହ ଭଜନ ସନ୍ଧ୍ୟା ଓ ବିଭିନ୍ନ ସାଂସ୍କୃତିକ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜିତ ହେବ। ସେହିପରି ନଭେମ୍ବର ୨୪ ତାରିଖ ସକାଳ ୭ଟାରେ ଅନୁଷ୍ଠିତ ହେବ ପାରମ୍ପରିକ ବୋଇତ ବନ୍ଦାଣ ଉତ୍ସବ। ଏଥିରେ ପାରମ୍ପରିକ ରୀତିନୀତି ଅନୁସାରେ କ୍ଷୁଦ୍ର ବୋଇତ ପୂଜା କରାଯିବ। ଏହା ମାଧ୍ୟମରେ ପ୍ରାଚୀନ କାଳରେ ସମୁଦ୍ର ପଥରେ ଦୂରଦେଶକୁ ବାଣିଜ୍ୟ କରିବାକୁ ଯାଉଥିବା ଓଡ଼ିଆ ସାଧବମାନଙ୍କ ସ୍ମୃତିକୁ ମନେ ପକାଯିବ।
କହିରଖୁଛୁ, ଶ୍ରୀକ୍ଷେତ୍ର ପୁରୀରେ ବର୍ଷସାରା ଅନେକ ଧାର୍ମିକ ଓ ସାଂସ୍କୃତିକ ଉତ୍ସବ ପାଳନ ହେଉଥିଲେ ମଧ୍ୟ ଏଠାରେ ବାଲିଯାତ୍ରା ଆୟୋଜନର ପରମ୍ପରା ନଥିଲା। ମା’ ତ୍ରିପୁରା ମୋହିନୀଙ୍କ ଆଶୀର୍ବାଦରେ ଏହି ନୂତନ ପ୍ରୟାସ ଆରମ୍ଭ କରାଯାଉଥିବା ଆୟୋଜକମାନେ କହିଛନ୍ତି। ଏହି ଆୟୋଜନ କେବଳ ଏକ ଉତ୍ସବରେ ସୀମିତ ନରହି ଗ୍ରାମାଞ୍ଚଳରେ ସାମାଜିକ ସଦ୍ଭାବ ଓ ଭାଇଚାରା ବଢ଼ାଇବା ସହ ଯୁବପିଢ଼ିଙ୍କୁ ଓଡ଼ିଶାର ଗୌରବମୟ ସାମୁଦ୍ରିକ ଇତିହାସ ସହ ପରିଚିତ କରାଇବ ବୋଲି କମିଟି ଆଶା ପ୍ରକାଶ କରିଛି।
